STORYMIRROR

Jagannath Mandal

Classics

3  

Jagannath Mandal

Classics

ଶକତି ସ୍ୱରୂପା

ଶକତି ସ୍ୱରୂପା

1 min
202


ଆସୁଅଛୁ ଯଦି ଏଇ ବରଷ ମା,

ଆଉ ଛାଡିଯିବୁ ନାହିଁ,

ଯଦି ତୁହି ଗଲୁ ଛାଡି ତେବେ,

ମୋତେ ଯିବୁ ସାଥେ ନେଇ।


ଗୋଟିଏ ବରଷ ତୋର ବାଟ ଚାହିଁ,

ଖୋଜିବି ଆଉ ମା କେତେ,

କାହିଁକି ତୋହର ବିରହରେ ମାତା,

ଜଳାଇ ମାରୁଛୁ ମୋତେ।


କେବେ ଆଉ ହାତଠାରି ତୁ ଡାକିବୁ,

ଘୋଡାଇଦେବୁ ପଣତେ,

ଶୋଇଗଲେ ତୋର ପାଦତଳେ ସବୁ,

ସୁଖ ମିଳିଯିବ ମୋତେ।


ଲୁହ ଆଉ ମାନେନାହିଁ ବନ୍ଧବାଡ,

ବହିବହି ଯାଉଅଛି,

ଲୁହର ପ୍ରତିଟି ଧାର ଜନନୀ ଲୋ,

ତୋତେ ହିଁ ତୋତେ ଖୋଜୁଛି।


ଦୁର୍ଗତି ନାଶିବା ପାଇଁ ଜନନୀ ଲୋ,

ଆସିଛୁ୍ ତୁହି ଓହ୍ଲେଇ,

ମୋହର କଷଣ କୃପାକରି ଆଜି,

କରିଦେ ମା ମୋତେ ତ୍ରାହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics