STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୫୫

ସନେଟ -୫୫

1 min
12.8K


ଜାଳ ନା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ସୁପ୍ତ ସିଂହ ହିନ୍ଦବାସୀ ଅଣ୍ଟା ହୁଅ ଭିଡି

ବିଦେବ-ଅରାତି ଧୀରେ ଆସୁଅଛି ମାଡି ।।

ଲାଗିଛି ଅରାଜକତା ଦୁର୍ଭିକ୍ଷର ନାଟ

ଗ୍ରାସିବାକୁ ଦେଶେ ତେଣୁ ଖୋଜୁଛି ସେ ବାଟ ।।

ନାହିଁ ଆଜି ରଘୁରାଜ ନାହିଁ ବ୍ରଜରାଜ

ତାଙ୍କ ଜୀବନ ଚରିତେ ରହିଛି କି ଓଜ ।।

ଚାହିଁ ଦେଖ ରାମାୟଣେ ମହାଭାରତରେ

ଅବିରତ ସେ ଆଦର୍ଶ ହିନ୍ଦୁ ଧମନୀରେ ।।

ବହୁଛି ଦେଇ ନବୀନ ସ୍ପୃହା ଯୁଗେ ଯୁଗେ

ଦ୍ରୁତଗାମୀ ସୁରଧୁନୀ ଚିତ୍ରୋତ୍ପଳା ବେଗେ ।।

ଅନୁସରି ଅନୁପେ ସେ ସଦ୍ ଗୁଣ ସଂସ୍କୃତି

ଅକ୍ଷୁର୍ଣ୍ଣ ରଖ ସ୍ୱଦେଶେ ଗଉରବ ଖ୍ୟାତି ।।

ବହୁ କଷ୍ଟେ ଫିଟି ଅଛି ଫିରିଙ୍ଗୀ-ଶୃଙ୍ଖଳ

ବିଶୃଙ୍ଖଳା-ବହ୍ନି ଆଉ ଦେଶରେ ନ ଜାଳ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics