STORYMIRROR

Sarojini Mishra

Classics

4  

Sarojini Mishra

Classics

ମୋ ଦେଶ

ମୋ ଦେଶ

1 min
241

ହିମାଳୟ ଯା'ର ମଥାର କିରୀଟି

ଝରଣା ଯା'ର ପାଉଁଜି

ସାଗର ତରଙ୍ଗ ଯା'ର ପାଦ ଧୂଏ

ସେହି ମୋ ଭାରତ ମାଟି ।


ମୋ ଦେଶ ଭାରତ ଧର୍ମର ଉର୍ଦ୍ଧ୍ଵରେ

ଧର୍ମ ଏକତା ରେ ବନ୍ଧା

ଜାତି, ଧର୍ମ, ବର୍ଣ୍ଣ ବୈଷମ୍ୟ ଭିତରେ

ଏକତା ମୋ ଦେଶ ଗାଥା ।


ସୁନ୍ଦର ମୋ ଦେଶ ସୁନ୍ଦର ପ୍ରକୃତି

 ସବୁଜିମା ଘେରା ଅଙ୍ଗ

ପାହାଡ଼ ପର୍ବତ ଝରଣା ଶବଦେ

ମୋ ଦେଶ ସଦା ଝର୍ ଝର୍ ।


ଭିନ୍ନତାର ମଧ୍ୟେ ମୋ ଦେଶ ଏକତା

ସାରା ପୃଥିବୀରେ ଶ୍ରେଷ୍ଠ

ମୋ ଦେଶ ନାୟକ ବିବେକାନନ୍ଦ ଯେ

ବିଶ୍ଵ ଗୁରୁ ରୂପେ ଖ୍ୟାତ ।


ବୈଦିକ ସୂତ୍ରରେ ମୋ ଦେଶ ମଣ୍ଡିତ

ବିଶ୍ଵକୁ ଦିଅଇ ବାର୍ତ୍ତା 

ବେଦ ଆଉ ଉପନିଷଦେ ଲେଖା ଯେ

ଆଜିର ବିଜ୍ଞାନ କଥା ।


ମୋ ଦେଶେ ଅହିଂସା ବିଜୟର ଗାଥା

ଇତିହାସ ପୃଷ୍ଠା ମଣ୍ଡେ

ମୋ ଦେଶର ବୀର ପାଇକ ପୁଅ ଯେ

ବିନା ସ୍ୱାର୍ଥ ଲଢୁଥାଏ ।


ମୋ ଦେଶ ସଂଗ୍ରାମୀ ବିଶ୍ଵରେ ବିଦିତ

ତ୍ୟାଗ ତାଙ୍କ ବିଭାମୟ

ମୋ ଦେଶ ସୈନିକ ଦେଶ ପାଇଁ ଭୂଲେ

ନିଜ ଘର ପରିବାର ।


ମୋ ଦେଶର ମାଟି ରତ୍ନ ପ୍ରସବିନୀ

ମୋ ମାଟି ସୁନା ଫଳାଏ

ମୋ ଦେଶ କୃଷକ ମାଟି ସଙ୍ଗେ ରହି

ତା କ୍ଷେତେ ସୁନା ଫଳାଏ ।


ମୋ ଦେଶର ନାରୀ ବୀର ପ୍ରସବିନୀ

ସର୍ବଗୁଣରେ ସମ୍ପର୍ଣ୍ଣା

ସ୍ନେହ, ଦୟା, କ୍ଷମା ତାହାର ଭୂଷଣ

ସେ ବି ଅଟେ ବୀରାଙ୍ଗନା ।


ମୋ ଦେଶ ଅଟଇ ସବୁ ଠାରୁ ଭିନ୍ନ

ସଂସ୍କାରର ସେତୁ ଟିଏ

ମୋ ଶାସ୍ତ୍ର ପୁରାଣ ବାର୍ତ୍ତା ବିମଣ୍ଡିତ

ଜୀଇଁବା କଳା ଶିଖାଏ ।


ମୋ ଦେଶ ଅଟଇ ସବୁଠୁ ସ୍ୱତନ୍ତ୍ର

କୃତଜ୍ଞତା ତା ଭୂଷଣ

ମୋ ଦେଶର ବୃକ୍ଷ ନଦୀ ଓ ସାଗର

ହୋଇ ଥାନ୍ତି ଯେ ବନ୍ଦିତ ।


ମୋ ଦେଶ ଶିଳ୍ପୀର ନିହାଣ ମୁନରେ

ପଥର କହଇ କଥା

ତା କାରିଗରୀ ଯେ ବିଶ୍ଵ ବିଦିତ

ମନ୍ଦିରେ ତାହାର ଗାଥା ।


ମୋ ଦେଶର ପର୍ବ ତତ୍ତ୍ଵ ମଣ୍ଡିତ

ଦିଅଇ ଐକ୍ୟର ବାର୍ତ୍ତା

ମୋ ଦେଶ ପାଳଇ ଗ୍ରନ୍ଥର ଜୟନ୍ତୀ

ନିଆରା ତାହାର ଧାରା ।


ମୋ ଦେଶର ମାଟି ମୋ ପାଇଁ ଚନ୍ଦନ

ତା କୋଳେ ଜୀବନ ଗଢ଼ା

ତା ପାଣି ପବନେ ମୋ ଶରୀର ଗଢା

ସିଏ ଅଟେ ମୋର ମାଆ ।


ଜାତୀୟ ସଂଗୀତ ସବୁଠୁ ଉତ୍କୃଷ୍ଟ

କି ସୁନ୍ଦର ମୋ ତ୍ରିରଙ୍ଗା

ପ୍ରଣାମ କରୁଛି ମୋ ଦେଶ ମାଟିକୁ

ସିଏ ମୋ ତ୍ରିବେଣୀ ଗଙ୍ଗା ।



Rate this content
Log in

Similar oriya poem from Classics