ଉତ୍କଳ ଦିବସ
ଉତ୍କଳ ଦିବସ


ପାଳ କଳିଙ୍ଗ ଉତ୍କଳ ଓଡିଶା ନାମରେ
ପ୍ରସିଦ୍ଧ ଆମର ରାଜ୍ୟ
ପାଇବା ପାଇଁକି ନିଜର ଅସ୍ତିତ୍ବ
ଲଢିଲେ ଅନେକ ବୀର ।
ଉତ୍କଳ ସମ୍ମିଳନୀ ଗଠନ ହୋଇଲା
ଉତ୍କଳ ସୁରକ୍ଷା ପାଇଁ
ସ୍ବତନ୍ତ୍ର ପାଇହା ମିଳିଲା ରାଜ୍ୟକୁ
ମଧୁସୂଦନଙ୍କ ପାଇଁ ।
ଉଣିଶ ଛତିଶି ଏପ୍ରିଲ ଏକକୁ
ମନେ ହେଜ ଥରେ ଭାଇ
ଇଂରେଜ ଥିଲେବି
ଆପଣା
ବୀରଙ୍କୁ ରୋକି ପାରିଲେନି କେହି ।
କଟକ ହୋଇଲା ଆମ ରାଜଧାନୀ
ଛଅଟି ଜିଲ୍ଲାକୁ ନେଇ
କୃଷ୍ଣ ଗଜପତି ଫକୀର ମୋହନ
ରାଧା ଗଙ୍ଗାଧର ଥାଇ ।
ଗୌରବ ମାଟିର ଗାଥାର ଗାୟନ
କରେ ଏଇ ବୀର ଜାତି
ଉତ୍କଳ ଜନନୀ ବନ୍ଦନୀୟା
ତାର ପୂଜେ ଏଇ ଜାତି ନିତି ।
ବନ୍ଦେ ଉତ୍କଳ ଜନନୀ