Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Classics

4.3  

DILIP KUMAR SAHOO

Classics

ଆଜାଦି କି ଅମୃତ ମହୋତ୍ସବ

ଆଜାଦି କି ଅମୃତ ମହୋତ୍ସବ

3 mins
559


ଯା ମାଟି ମହାନ ଯା ଧୂଳି ମହାନ

ପବନ ମହାନ ଯା ପାଣି ମହାନ

ସେହି ମୋ ଭାରତ ବର୍ଷ ମହାନ

ଜୟ ଗାନ କରେ ସାରା ଭୂବନ

ଯହିଁ ଆକାଶୁ ବରଷେ ଫୁଲ ଚନ୍ଦନ

ପଞ୍ଚସ୍ତରୀ ବର୍ଷ ଇତିହାସ

ଗଡେ ପ୍ରଗତିର ନନ୍ଦିଘୋଷ

ଚକିତ ହେଉଛି ସାରା ବିଶ୍ବ

ପାଳୁଅଛି ଆଜି ସାରା ଦେଶ

ଆଜାଦି କି ଅମୃତ ମହୋତ୍ସବ

ଆମ ପାଇଁ ସେ ଗର୍ବ ଗଉରବ

ସବୁ ଘରେ ତ ତ୍ରିରଙ୍ଗା ହୁଏ ଶୋଭନ

ଆଜି ମନେ ପଡେ କାଲି କଥା

ବିଦେଶୀ ଶାସନ ହଟହଟା

ରକତ ଆମର ଶୋଷିଶୋଷି

ଦିଗ ଚଉଦିଗ ଗଲେ ଗ୍ରାସି

ଗାନ୍ଧୀ ଗୋପବନ୍ଧୁ ଗୋଖ୍ଲେ ସୁଭାଷ

ସ୍ବାଧୀନତା ପାଇଁ କଲେ ସଂଘର୍ଷ

ସେତ ସତ୍ୟ ଅହିଂସାର ମାର୍ଗେ ଚାଲିଣ

ଭାରତ ଛାଡ଼ ଅଗଷ୍ଟ କ୍ରାନ୍ତି

ଅସହଯୋଗ ଆନ୍ଦୋଳନ ଟି

ସଂଗ୍ରାମୀ ଦେଲେ ଜୀବନ ବଳି

ଛାତିକୁ ପାତି ରକତ ଢାଳି

ଲକ୍ଷଣ ନାୟକ ପରିକା ବୀର

ଫାସିରେ ଝୁଲିସେ ହେଲେ ଅମର

ଘେନ ହେ ବୀର ଆମର ପ୍ରଣତି ଘେନ

ଜାଲିଆନାୱାଲା ଗୁଳିକାଣ୍ଡ

ଇରମେ ଗଡିଲା କେତେ ମୁଣ୍ଡ

ଗୋରା ପୁଲିସ ଙ୍କ ଅତ୍ୟାଚାର

ସତ୍ଯାଗ୍ରାହୀଙ୍କ ନଥିଲା ଡର

ଛାଡରେ ଛାଡରେ ଭାରତ ଛାଡ

ଆନ୍ଦୋଳନ କଲେ ପିଲାଠୁ ବଡ଼

ସେତ ଟଳମଳ ହେଲା ଗୋରା ଶାସନ

ମଙ୍ଗଳ ପାଣ୍ଡେ ବାଜି ରାଉତ

ଜୀବନ ଦେଲେ ଦେଶ ପାଇଁ ତ

ଏମିତି କେତେ ବୀରଙ୍କ କଥା

ଗରବ ଆମ ତାଙ୍କରି ଗାଥା

ଅଚଳ କରିଲେ ଶାସନ କଳ

ପଛଘୁଞ୍ଚା ଦେଲେ ବିଦେଶୀ ବଳ

ଶେଷେ ମାଆ ମାଟି ଆମ ହେଲା ସ୍ବାଧୀନ

ସ୍ବାଧିନ ଭାରତ ନରନାରୀ

ଗଣତନ୍ତ୍ର ମଙ୍ଗ ହାତେ ଧରି

ନଉକା ଆମର ବାହୁ ଅଛୁ

ଏକତାର ଗୀତ ଗାଉଅଛୁ

ଭୂଗୋଳ ପୃଷ୍ଠାରେ ଆମରି କଥା

ବଖାଣେ ଆମର ଗରବ ଗାଥା

ଆମେ ଆମ ପାଇଁ ଗଢୁ ନୂଆ ସୋପାନ

ହିମାଳୟ ଠାରୁ କୁମାରିକା

ବିଶାଳ ମୋ ଦେଶ ସୀମାରେଖା

ପରମ୍ପରା ଆମ ଭିନ୍ନ ଭିନ୍ନ

କୋଟି କୋଟି ଜନ ଏକମନ

ଅନେକ ଧରମ ଅନେକ ଜାତି

ସିନେହ ଶରଧା ମଧୁର ପ୍ରିତି

ମନ ମୋହେ ସମ୍ପ୍ରିତିର ମଙ୍ଗଳ ଗାନ

ଭିନ୍ନ ଭିନ୍ନ ଆମ ବେଶ ଭୂଷା

ଭିନ୍ନଭିନ୍ନ ଆମ ମାତୃଭାଷା

ଯେତେ ଭାଷା ସେତେ ଉପ ଭାଷା

ଭାଷା ଭରେ ମନେ ଉଚ୍ଚ ଆଶା

କୋଷେ ଗଲେ ଏଠି ବଦଳେ ପାଣି

ଦଶ କୋଷ ରେ ତ ବଦଳେ ବାଣୀ

ଆମ ହଜାରେ ସଂସ୍କୃତି ଗୋଟିଏ ପ୍ରାଣ

ବୁଦ୍ଧ ଗାନ୍ଧୀଙ୍କର ପୂଣ୍ୟ ବାଣୀ

ନବ ଜାଗରଣ ଦିଏ ଆଣି

ଶାନ୍ତି ର କପୋତ ଡେଣା ଝାଡି

ଅହିଂସା ର ବାର୍ତ୍ତା ଦିଏ ଉଡ଼ି

ବନ୍ଧୁକ ନୁହଁଇ ବନ୍ଧୁ ପଣରେ

ଜିଣିଛୁ ଜିଣିବୁ ବିଶ୍ବ ମନରେ

ସାରା ଜଗତ କରଇ ଆମ କିର୍ତ୍ତନ

ରତ୍ନ ଗର୍ଭା ଆମ ମାଟି ମାଆ

କାଳେ କାଳେ ଆମ ପାଇଁ ସାହା

ପ୍ରଗତି ର ରଥ ଯାଏ ଗଡି

ମିଳିମିଶି ଆମେ ନେଉ ଭିଡି

ପାହାଡ଼ ପର୍ବତ ଖଣି ଖାଦାନ

ମନରେ ଜଗାଏ ନୂଆ ସପନ

ଏଇ ମାଟି ପାଇଁ ଆମ ଜୀବନ ଧନ୍ୟ

ମାଟି ସାଥେ ମାଟି ଚଷା ହୋଇ

ଆମ ଓଠେ ଯାଏ ଖାଦ୍ୟ ଦେଇ

ବୀର ସଇନୀକ ସୀମା ଜଗି

କଷଣ ସହନ୍ତି ଆମ ଲାଗି

ମନ ଖୋଲା ଆମ ଓଠରେ ହସ

ଭାଇଚାରା ଆମ ଆଶା ବିଶ୍ବାସ

ନିତି ଦେଖୁ ଆମେ କେତେ ନୂଆ ସପନ

ଧନୀ ମାନି ଜ୍ଞାନି ବଡ଼ ସାନ

ସଭିଙ୍କୁ ସମାନ ସନମାନ

ସଭିଙ୍କ ସମାନ ଅଧିକାର

ସୁଖରେ ଶାନ୍ତି ରେ ବଞ୍ଚିବାର

ଲୋକଙ୍କ ପାଇଁକି ଲୋକଙ୍କ ଦ୍ବାରା

ସରକାର ଲୋକେ ବାଛନ୍ତି ପରା

ଆମ ଭୋଟ୍ ଖଣ୍ଡକ ଭାରି ମୂଲ୍ୟବାନ   

ପ୍ରଗତି ପଥରେ ଅର୍ଥନୀତି

ସ୍ବାସ୍ଥ୍ୟ ସେବା ଆମ ଶିକ୍ଷାନୀତି

ଆମ ରାସ୍ତାଘାଟ ରେଳପଥ

ଆକାଶ ପଥରୁ ଜଳପଥ

ବିକାଶ ପଥରେ ଆଗେଇ ଯାଏ

ଅମା ଅନ୍ଧକାର ଉଭେଇ ଯାଏ

ଆମେ ସବୁ କ୍ଷେତ୍ରେ ଆଜି ହୋଇଛୁ ଟାଣ

ପ୍ରକୃତି ସାଧୁଛି ଦାଉ କେତେ

ଝଡ ଜଞ୍ଜା ଆଜି ଆସୁ ଯେତେ

ସହଜେ ପାରୁଛୁ ସବୁ ଟାଳି

ନୂତନ ଆଲୋକ ଦୀପ ଜାଳି

ସାରା ବିଶ୍ବ ଆଜି ହୁଏ ଚକିତ

ଦେଖି ଏ ସୁନ୍ଦର ସ୍ବଛ୍ଛ ଭାରତ

ଯହିଁ ଶାନ୍ତି ଅହିଂସାର ବହେ ପ୍ଲାବନ

ତ୍ରିରଙ୍ଗା ଆମର ଗଉରବ

ଉଡ଼ାଇ ଆକାଶେ କରୁ ଗର୍ବ

ଜନ ଗଣ ମନ ଗୀତ ବୋଲି

ଦେଶ ପ୍ରେମ୍ ବହ୍ନି ଦେଉ ଜାଳି

ଆମରି ଏକତା ଦେଶ ଭକତି

ଦେଶ ମାଟିରେ ଏ ବଡ ଶକତି

ସେତ ବଇରୀ ଛାତିରେ ହୃଦ କମ୍ପନ

ତ୍ରିରଙ୍ଗା ପତାକା ତିନି ରଙ୍ଗ

ଶାନ୍ତି ସଦ୍ଭାବନା ସହଯୋଗ

ଧର୍ମ ନିରପେକ୍ଷ ସାର୍ବଭୌମ

ମାତୃଭୂମି ସେବା ଦେଶପ୍ରେମ

ଭାରତ ମାତା ର ବନ୍ଦନା ଗାଇ

ବିକାଶ ପଥରେ ଯାଉ ଆଗେଇ

ଗର୍ବ ଆମ ପାଇଁ ମାଟି ମାଆ ସମ୍ମାନ

ଏକତା ଅମର ମୂଳ ମନ୍ତ୍ର

ସଫଳ ଆମରି ଗଣତନ୍ତ୍ର

ସୁଖ ସମୃଦ୍ଧି ର ଜୟ ଭେରୀ

ପ୍ରାଚୁର୍ଯ୍ଯରେ ପ୍ରାଣ ଯାଏ ଭରି

ସାଧନା ପାଇଁକି ସୁଯୋଗ ଭରା

ମାଆ ର ଆଶିଷେ ଜୀବନ ତୋରା

ତାର ଚରଣରେ ବନ୍ଧା ଆମ ଜୀବନ ।


Rate this content
Log in