STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଏକ ଦୁଇ ତିନି ଚାରି ପାଞ୍ଚ ପନ୍ଦର

ଏକ ଦୁଇ ତିନି ଚାରି ପାଞ୍ଚ ପନ୍ଦର

1 min
28

ଏକ ଦୁଇ ତିନି ଚାରି ପାଞ୍ଚ ପନ୍ଦର
ଦିଲ୍ଲୀପ କୁମାର ସାହୁ
"""""""""""""""""""""""
ଏକ ଦୁଇ ତିନି ଚାରି ପାଞ୍ଚ ପନ୍ଦର
ଆହାକି ସୁନ୍ଦର ତୁମ ରଙ୍ଗ ଅଧର
ଚକାଚକା ତୁମ ଚକା ନୟନ ହେ
କଳା ଠାରୁ କଳା ରଙ୍ଗ ତୁମର .....

କିସୁନ୍ଦର ତୁମ ଦେଉଳ ଦୁଆର
ଧର୍ମ ଧନ କାମ ମୋକ୍ଷ ପ୍ରତୀକ
ପାଦ ଦେଉଦେଉ ମନ ପୁରିଯାଏ
ପରାଣରେ ଭରିଯାଏ ପୁଲକ
ନୀଳଚକ୍ର କୁ ତ ଚାହିଁ ଦେଲେ ତୁମ
ଦୁଃଖ ଅବସାଦ ହୁଅଇ ଦୂର....

ବାଇଶି ପାହାଚେ ବାଇଶି ଯୋଗିନୀ
ସରଗକୁ ସେତ ବାଟ ଦେଖାନ୍ତି
ଭକତ ମାନଙ୍କ ଆୟୁଷ ବଢଇ
ଭକ୍ତିରେ ପାହାଚେ ଗଡି ଗଲେଟି
ପାଟ ଅଗଣାରୁ ସାତ ପାହାଚ ଲୋ
ଚଢିଗଲେ ମର୍ତ୍ତ୍ଯ ବୈକୁଣ୍ଠ ପୁର...

ଗରୁଡ ପଛରୁ ଚାହିଁଲେ ତୁମକୁ
ହଳେ ଆଖିରୁ ତ ଗୋଟିଏ ଦିଶେ
ଅଜଣା ପୁଲକେ ମନ ହଜିଯାଏ
ସେ ଆଖିରେ ଯେବେ ମୋ ଆଖି ମିଶେ
ରତନ ବେଦୀରେ ଚତୁର୍ଦ୍ଧା ମୂରତୀ
ରୂପ ଦିଶେ ତୁମ କି ମନୋହର....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics