ମାଆ ଆସିଛନ୍ତି
ମାଆ ଆସିଛନ୍ତି
ମାଆ ଆସିଛନ୍ତି ଧରାକୁ ଓହ୍ଲାଇ
ସରାଗ ପୁରକୁ ଛାଡି
ମରତ ଭୁବନେ ଶାନ୍ତି ମୈତ୍ରୀ ଭରି
ଅଜ୍ଞାନ ଦେବାକୁ ତଡି (୧)
ଶରତ ଆକାଶେ ନିର୍ମଳ ପ୍ରକାଶେ
ସାଜି ଅଛି ଆଜି ଧରା
କାଶତଣ୍ଡୀ ଫୁଲ ହସି ଉଠିଲାଣି
ଆସୁଛି ବୋଲି ଦଶର| ( ୨)
କେତେକେ ଫେରିବେ ଦୂର ବିଦେଶ ରୁ
ନିଜ ପ୍ରିୟ ମାଆ ପାଶେ
ମୋ ଗାଁ ହସିବ ସ୍ନେହରେ ଭାସିବ
ମାଆ ନ୍କ ଶୁଭ ଆଶୀସେ (୩)
ନଵ ଦିନ ପୂଜା ଖୁସିରେ କଟିବ
ଦେବୀ ଦେଖି ଭୋଗ ଖାଇ
ସମୟ କଟିବ ମଣ୍ଡପ ମନ୍ଦିରେ
ବନ୍ଧୁ ମେଳେ ଭୋଜି ଖାଇ (୪)
ଦଶହରା ପରେ ମାଆ ଫେରିଯିବେ
ମହିଷାର ମୁଣ୍ଡ ନେଇ
ପିଲାଏ ଫେରିବେ ଗାଁ ରୁ ସହର
ମାଆ ର ଚରଣ ଛୁଇଁ (୫)
ଖାଲି ଖାଲି ଆଜି ମୋର ଗାଁ ଘର
ଓଦା ମୋର ଆଖି ପତା
ଦୂର ସହରରେ ଗାଁ ଠାରୁ ଦୂରେ
ମନେ ପଡି ମାଆ କଥା (୬)