STORYMIRROR

Kailash Chandra Behera

Classics

3  

Kailash Chandra Behera

Classics

ନବରାତ୍ରୀ

ନବରାତ୍ରୀ

1 min
192

ଜୟ ମାଆ ଦୁର୍ଗା

        ରୁଦ୍ରାଣୀ ଭବାନୀ

ଧରାକୁ ଓହ୍ଲାଇ ଆସ

        ନବ ରୂପ ଘେନି

ପ୍ରଥମ ଦିବସେ

           ଶୈଳପୁତ୍ରୀ ବେଶେ

ଦ୍ବିତୀୟେ ବ୍ରହ୍ମଚାରିଣୀ

            ଆସ ମା' ହରଷେ

ଜୟ ମାଆ ଦୁର୍ଗା

ତୃତୀୟେ ମା' ଚନ୍ଦ୍ରଘଣ୍ଟା

           ଚତୁର୍ଥେ କୁଷ୍ମାଣ୍ଡା

ପଞ୍ଚମରେ ସ୍କନ୍ଦମାତା 

           ତୁହି ମା' ପ୍ରଚଣ୍ଡା

ଷଷ୍ଠ ଦିନେ ମାତା ଧର,

           ରୂପ କାତ୍ୟାୟିନୀ

ଜୟ ମାଆ ଦୁର୍ଗା

ସପ୍ତମରେ କାଳରାତ୍ରୀ

            ରୂପ ଧରିଆସ

ଅଷ୍ଟମରେ ଧର ତୁମେ

          ମହାଗୌରୀ ବେଶ

ନବମରେ ଆସ ସିଦ୍ଧି

          ଦାତ୍ରୀ ରୂପ ଘେନି

ଜୟ ମାଆ ଦୁର୍ଗା

ଭକ୍ତଗଣ ପାଳିଥାନ୍ତି

           ଏହି ନବ ଦିନ

କରୁଣାମୟୀ ସର୍ବାଣୀ

           ହୁଅ ତୁ ପ୍ରସନ୍ନ

ଅତି ଆକୁଳେ ଡାକୁଛୁ

           ଘେନ ମା' ଦୟିନୀ

ଜୟ ମାଆ ଦୁର୍ଗା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics