ନବରାତ୍ରୀ
ନବରାତ୍ରୀ
ଜୟ ମାଆ ଦୁର୍ଗା
ରୁଦ୍ରାଣୀ ଭବାନୀ
ଧରାକୁ ଓହ୍ଲାଇ ଆସ
ନବ ରୂପ ଘେନି
ପ୍ରଥମ ଦିବସେ
ଶୈଳପୁତ୍ରୀ ବେଶେ
ଦ୍ବିତୀୟେ ବ୍ରହ୍ମଚାରିଣୀ
ଆସ ମା' ହରଷେ
ଜୟ ମାଆ ଦୁର୍ଗା
ତୃତୀୟେ ମା' ଚନ୍ଦ୍ରଘଣ୍ଟା
ଚତୁର୍ଥେ କୁଷ୍ମାଣ୍ଡା
ପଞ୍ଚମରେ ସ୍କନ୍ଦମାତା
ତୁହି ମା' ପ୍ରଚଣ୍ଡା
ଷଷ୍ଠ ଦିନେ ମାତା ଧର,
ରୂପ କାତ୍ୟାୟିନୀ
ଜୟ ମାଆ ଦୁର୍ଗା
ସପ୍ତମରେ କାଳରାତ୍ରୀ
ରୂପ ଧରିଆସ
ଅଷ୍ଟମରେ ଧର ତୁମେ
ମହାଗୌରୀ ବେଶ
ନବମରେ ଆସ ସିଦ୍ଧି
ଦାତ୍ରୀ ରୂପ ଘେନି
ଜୟ ମାଆ ଦୁର୍ଗା
ଭକ୍ତଗଣ ପାଳିଥାନ୍ତି
ଏହି ନବ ଦିନ
କରୁଣାମୟୀ ସର୍ବାଣୀ
ହୁଅ ତୁ ପ୍ରସନ୍ନ
ଅତି ଆକୁଳେ ଡାକୁଛୁ
ଘେନ ମା' ଦୟିନୀ
ଜୟ ମାଆ ଦୁର୍ଗା ।
