STORYMIRROR

Kailash Chandra Behera

Classics

4  

Kailash Chandra Behera

Classics

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
6


ଆଜି ନୀଳାଦ୍ରିକୁ ବିଜେ ଗୋ  

          ଫୁଲ ବଉଳ ବେଣୀ ,

ତେଣେ ମାତା ଲକ୍ଷ୍ମୀ ଅଭିମାନ କରି

      ରାଗେ ବସିଛନ୍ତି ନିଜେ ଗୋ

         ଫୁଲ ବଉଳ ଵେଣୀ ।୧

ରଥରୁ ଚତୁର୍ଦ୍ଧା ମୂର୍ତ୍ତିଗୋ 

          ଫୁଲ ବଉଳବେଣୀ ,

ବଡ଼ ଦେଉଳକୁ ବିଜେ କରିବାକୁ

       ସି°ହଦ୍ବାରେ ଉଭା ଧାତିଗୋ

          ଫୁଲ ବଉଳବେଣୀ।୨

ମହାଲକ୍ଷ୍ମୀ କୋପ ହୋଇଗୋ

           ଫୁଲ ବଉଳବେଣୀ ,

ମନ୍ଦିର ଭିତରେ ପ୍ରବେଶ ହେବାକୁ

       କଦାପି ନ ଛାଡେ ମୁହିଁଗୋ

         ଫୁଲ ବଉଳବେଣୀ ।୩

ଶୁଣି ଜଗା ହେଲେ କାବାଗୋ 

          ଫୁଲ ବଉଳ ବେଣୀ ,

ବଡ଼ଭାଇ ବଳିଆଙ୍କୁ ପଚାରନ୍ତି

       କେଉଁ ଉପାୟ କରିବା ଗୋ

         ଫୁଲ ବଉଳବେଣୀ ।୪

ବଳଭଦ୍ର ଦେଲେ କହି ଗୋ 

         ଫୁଲ ବଉଳବେଣୀ ,

ହାତ ଧରିଦେଇ କ୍ଷମାକର ବୋଲି 

       କହ ତୁ ବିନୟ ହୋଇଗୋ

        ଫୁଲ ବଉଳ ବେଣୀ ।୫

ଆଉ କଥାଏ କରିବୁଗୋ

        ଫୁଲବଉଳବେଣୀ ,

ଥାଳିକରେ ବଡ଼ ରସଗୋଲା ନେଇ

      ହାତରେ ଧରାଇ ଦେବୁଗୋ

        ଫୁଲ ବଉଳବେଣୀ ।୬ 

ବଡ଼ଭାଇ କଥା ମାନି ଗୋ 

       ଫୁଲ ବଉଳବେଣୀ ,

କହିଲେ ଲକ୍ଷ୍ମୀଙ୍କୁ ରସଗୋଲା ନେଇ

       ଛାଡ଼ ତୁ ରାଗ କରନି ଗୋ

        ଫୁଲ ବଉଳବେଣୀ ।୭ 

ପ୍ରଭୁଙ୍କର କଥା ଶୁଣି ଗୋ

        ଫୁଲ ବଉଳବେଣୀ ,

ଆସ ଭିତରକୁ କହିଦେଲେ ଲକ୍ଷ୍ମୀ 

        ଏମିତି ନ କର ପୁଣି ଗୋ

         ଫୁଲ ବଉଳବେଣୀ ।୮ 

ଏତ ସ°ସାରର ନୀତିଗୋ 

         ଫୁଲ ବଉଳବେଣୀ ,

ଜଣେ ରାଗିଥିଲେ ବୁଝାଇ କହିଲେ

       ରହିଥିବ ଭାବ ପ୍ରୀତିଗୋ

         ଫୁଲ ବଉଳବେଣୀ ।୯


Rate this content
Log in

Similar oriya poem from Classics