STORYMIRROR

Kailash Chandra Behera

Inspirational

3  

Kailash Chandra Behera

Inspirational

ଯେବେ ବର୍ଷା ଆସେ

ଯେବେ ବର୍ଷା ଆସେ

1 min
10


**** ଯେବେ ବର୍ଷା ଆସେ ****

କବିସୌରଭ କୈଳାଶଚନ୍ଦ୍ର ବେହେରା


ବରଷା ଆସିଲା ହସିଲା ଧରା ,

   ସବୁଜ ଘାସରେ ଦିଶିଲା ତୋରା ।

ପୋଖରୀ କୂଅରେ ପୂରିଲା ଜଳ ,

  ଚାଷୀଭାଇ କ୍ଷେତେ କରିଲା ହଳ ।

ନାଲି ଟହ ଟହ ସାଧବ ବୋହୁ ,

    ପଡ଼ିଆ ଭୂଇଁରେ ଦିଶିଲେ ବହୁ ।  

 ଗଛଲତା ଦେହେ ଡାଳ ପତର ,

   ପୂରି ତୋଟାମାଳ ଦିଶେ ସୁନ୍ଦର ।

ଆକାଶରେ ଦିଶେ କଳା ବଉଦ ,

    ରହି ରହି ହୁଏ ବଜ୍ରଶବଦ ।

ବିଜୁଳି ମାରଇ ମେଘ ଦେହରେ ,

     ନାଚଇ ମୟୂର ବଣ ଭିତରେ ।

ବେଙ୍ଗ ରଡେ ପାଣି ଭିତରେ ରହି ,

     ଶୀତୁଆ ପବନ ଯାଉଛି ବହି ।

କଦମ୍ବ ଫୁଟିଲା ପାଚେ ଡିମିରି ,

   ଦେହରୁ ଉଭେଇ ଗଲା ଘିମିରି ।

ଗରମ ତ ଆଉ ନାହିଁ ରେ ନାହିଁ ,

    ଶୀତଳ ଏ ଧରା ବରଷା ପାଇଁ ।

----------------------------------------

ବାଲିଗୁଡ଼ା , କନ୍ଧମାଳ


Rate this content
Log in

Similar oriya poem from Inspirational