ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ
ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥ
ଚାଲ ସଖି ଆମେ ନୀଳାଚଳ ଯାଇ
ଦେଖିବା ଘୋଷ ଯାତରା ,
ଦେଖିବା ଘୋଷ ଯାତରା ।
ରଥେ ବିଜେ ହେବେ
ପ୍ରଭୁ ଚକାଡୋଳା..୨
ଭକ୍ତଙ୍କ ଗଳାର ହାରା
ନନ୍ଦିଘୋଷେ ବସିବେ
ଗୁଣ୍ଡିଚା ମନ୍ଦିର ବୁଲି ଯିବେ ,
ନନ୍ଦିଘୋଷେ ବସିବେ ।୧
ବଡ଼ ଭାଇ ବଳଭଦ୍ର ବିଜେହେବେ
ତାଳଧ୍ବଜ ରଥେ ଯାଇ,
ତାଳଧ୍ବଜ ରଥେ ଯାଇ ।
ଆଗେ ଆଗେ ଚାଲୁଥିବେ
ବଡ଼ ଦାଣ୍ଡେ ..୨
ପଛେ ଥିବେ ସାନ ଭାଇ ,
ଭଗ୍ନୀ ମଝିରେ ଥିବେ
ଦେବ ଦଳନରେ ବିଜେ ହେବେ
ଭଗ୍ନୀ ମଝିରେ ଥିବେ ।୨
କାହାଳୀ ଘଣ୍ଟ ଓ ଶଙ୍ଖ ବାଜୁଥିବ
ପଡୁଥିବ ହୁଳହୁଳି ,
ପଡୁଥିବ ହୁଳହୁଳି ।
ରଥ ଦଉଡ଼ିକୁ ଧରି
ଟାଣୁଥିବେ ...୨
ଭକତ ସଭିଏଁ ମିଳି
ତିନି ଠାକୁର ଦେଖି
ଆନନ୍ଦେ ପବିତ୍ର ହେବ ଆଖି
ତିନି ଠାକୁର ଦେଖି ।୩
ବରଷକେ ଥରେ ଶ୍ରୀନୀଳାଚଳରେ
ହୁଏ ଗୁଣ୍ଡିଚା ବାହୁଡା଼ ,
ହୁଏ ଗୁଣ୍ଡିଚା ବାହୁଡା଼ ।
ମୁକତି ପାଇବା ପାଇଁ
ଯଦି ଚାହଁ ..୨
କେବଳ ଭକତି ଲୋଡ଼ା
ସେତ ଭକତ ପ୍ରାଣ ,
ଚାଲ ଚାଲ ପଶିବା ଶରଣ
ସେତ ଭକତ ପ୍ରାଣ ।୪
