STORYMIRROR

Pratima Satpathy

Classics

4  

Pratima Satpathy

Classics

ବର୍ଷା ରାଣୀ

ବର୍ଷା ରାଣୀ

1 min
21


ଆସ ଆସ ତୁମେ ବରଷା ରାଣୀ ଗୋ 

     ମେଘ ଓଢଣୀ କୁ ଟାଣି 

ତୁମ ଆସିବାର ବାଟକୁ ଚାହିଁ ଗୋ 

     ରାତ୍ରିରେ ନିଦ ହେଉନି।

ପ୍ରଚଣ୍ଡ ନିଦାଘ ହେଉଛି ଅସହ୍ୟ 

      ଘରେ ରହି ହେଉନାହିଁ 

ତୁମ ଆଗମନେ ତୃପ୍ତ ହେବ ପ୍ରାଣ 

     ଶାନ୍ତିରେ ଯିବି ମୁଁ ଶୋଇ।

ହସିବ ଧରଣୀ ତୁମରି ପରଶେ 

     ସବୁଜ ସମ୍ଭାର ନେଇ 

ନୀରସ ତରୁରେ ପ୍ରାଣ ସଂଚାରିବ 

    ନାଚିବ ପତ୍ର ହଲେଇ।

ପୃଥିବୀ ହସିଲେ ହସିବ ଆକାଶ 

     କୋଳରେ ତୁମକୁ ପାଇ।

ସମସ୍ତଙ୍କ ମନେ ଆନନ୍ଦ ଉଲ୍ଲାସ 

    ବର୍ଷାରେ ଦିଅ ଭିଜାଇ।

ରୀମିଝିମ୍ ସ୍ଵରରେ ଶୀତଳ ସ୍ପର୍ଶରେ 

     ଛୁଇଁ ଯାଆ ଧରା କୋଳ 

ତୁମରି ପଥକୁ ଚାହିଁ ରହିଛନ୍ତି 

     ଶୁଷ୍କ ନଦ ନଦୀ ନାଳ।

ପଶୁ ପକ୍ଷୀଙ୍କର କରୁଣ ଚିତ୍କାର 

    ଶୁଣି ପାରୁନା କି ତୁମେ 

ସମସ୍ତଙ୍କ ଦୁଃଖ ବୁଝି ବର୍ଷା ରାଣୀ 

    ଆସିଯାଆ ଧରାଧାମେ।

ସନ୍ତାପ ହାରିଣୀ ସୁଖ ପ୍ରଦାୟିନୀ 

    ସୁଶିତଳ ବାରିଦେଇ 

ଆହ୍ଲାଦିତ କରି ଦିଅ ମନ ପ୍ରାଣ 

     ଆକୁଳେ ରହିଛୁ ଚାହିଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics