STORYMIRROR

Pratima Satpathy

Children

4  

Pratima Satpathy

Children

ପଥ ପ୍ରଦର୍ଶକ।

ପଥ ପ୍ରଦର୍ଶକ।

1 min
396


ପିତା ମାତା ଆମ ପଥ ପ୍ରଦର୍ଶକ 

    ଦେଖାନ୍ତି ଉତ୍ତମ ମାର୍ଗ 

ଭଲ ବ୍ୟବହାର ଉତ୍ତମ ସଂସ୍କାର 

    ଶିଖାନ୍ତି ଆମକୁ ସର୍ବ।

ବିଦ୍ୟାଳୟରେ ପାଠ ପଢାନ୍ତି ଗୁରୁ 

    ପଥ ପ୍ରଦର୍ଶକ ଆମ 

ସବୁବେଳେ କହିଥାନ୍ତି ପିଲାମାନେ 

     କରିବ ମହତ କର୍ମ।

ବଡ଼ ଭାଇ ଆଉ ବଡ଼ ଭଉଣୀ ଯେ 

    ଆମ ପଥ ପ୍ରଦର୍ଶକ 

ଭଲରେ ମନ୍ଦରେ ତାଗିଦ୍ କରନ୍ତି 

    କଣ ଭୁଲ୍ କଣ ଠିକ୍।

ଗୁରୁ ଗୁରୁଜନ ଦେଵତା ସମାନ 

     ଦେଖାନ୍ତି ଯେ ଭଲ ବାଟ 

ଯଦି କିଛି ଭୁଲ୍ କାମ କରିଥାଉ 

    କରି ଥାଆନ୍ତି ଆକଟ।

ପରିବାର ସହ ରହିଅଛୁ ଆମେ 

    ନିନ୍ଦା ହୋଇବ ତାହାଙ୍କୁ 

ସେଥିପାଇଁ ପଥ ପ୍ରଦର୍ଶକ ସାଜି 

    ଗଢ଼ନ୍ତି ଆମ ମାନଙ୍କୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children