STORYMIRROR

puja pradhan

Children Stories Children

4  

puja pradhan

Children Stories Children

ଅଗଷ୍ଟ 15

ଅଗଷ୍ଟ 15

2 mins
421

ଅଗଷ୍ଟ 15ଆସୁଥିଲା ଯେବେ

    ଆଖି କୁ ନଥିଲା ନିଦ

ସେଉ, ବୁନ୍ଦିଆ ସପନରେ ଆସି

   କରୁଥିଲେ ଖାଲି ଦ୍ୱନ୍ଦ

ଧୋବ ଫର, ଫର ପୋଷାକ କୁ

     ଦେହରେ ଗଳେଇ ଦେଇ

ଅଙ୍କା ବଙ୍କା, ସିନ୍ତାଣୀରେ ମୁଣ୍ଡକୁ

    ଟିକେ କୁଣ୍ଡେଇ ଦେଇ

ତରବର ହେଉଥାଏ ମୁଁ

    ସ୍କୁଲ ଯିବା ପାଇଁ

ଡକା ଡ଼କି, ହୋଇ ସବୁ ସାଙ୍ଗ ମେଳ ହେଉ

  ଆଉ କିଏ ରହିଗଲା

     ପୁଣି ତାକୁ ଖୋଜୁ ଥାଉ

ଯଦି ଡେରି ହୋଇଗଲା

    ଛାଡି ଚାଲି ଯିବୁ ତୋତେ

ପଛରେ କହିବୁ ନାହିଁ ଆମକୁ ସତେ

  ଟିକେ ଡେରି ହେଲା ଯଦି

     ସ୍କୁଲ ଗେଟ ବନ୍ଦ ହେବ

7 ଟା ପୂର୍ବରୁ ସ୍କୁଲରେ ପହଁଞ୍ଚିବା କୁ ହେବ

 ସଭିଏଁ ଏକାଠି ତରବର ହେଉ

ସ୍କୁଲ ଅଭିମୁଖେ ଏକାଠି ଧାଇଁ ଥାଉ

  ସାର, ଗୁରୁମା ଙ୍କ ଶ୍ରଦ୍ଧା ମିଶା କଟ କାଣା ରେ

ଧାଡି ବାନ୍ଧି ଛିଡା ହେଉ ସାଙ୍ଗ ଗହଳ ରେ

   ତୀରଙ୍ଗା ପତକା ତଳେ ନତମସ୍ତକ ହେଉ

ଆମ ରାଷ୍ଟ୍ର ସଂଗୀତ କୁ

       ମିଶିକରି ଗାଇଥାଉ

କେତେ କେତେ ବୀର ରଚିଯାଇଛନ୍ତି

  ତାଙ୍କ ମହାନ ର ଗାଥା

କେତେ କଷ୍ଟ ସହି ଆମଲାଗି

   ଆଣି ଥିଲେ ସ୍ୱାଧୀନତା

ତାଙ୍କରି ସେ ତ୍ୟାଗ ଆଣିଲା

  ଗୌରବ ଯୁଗ ଯୁଗ ଦେଶ ପାଇଁ

ଧନ୍ୟଏ ଭାରତ ଧନ୍ୟ ତାର ଗାରିମା

   କାଳ କାଳ ଯଶ ରହୁ

ଆମେ ଭାରତୀୟ ତା କୋଳେ

     ଜନମି ନିଜ କୁ ଧନ୍ୟ କହିଥାଉ

ଏତେ ସବୁ ପରେ ଆସି ଯାଏ

     ଯେବେ ସେଉ, ବୁନ୍ଦିଆ ର ପାଳି

ମନର ସରାଗ କି, କହିବି ଆଉ

   ଯାହା ମନେ ଥାଏ ଆମରି

ଧାଡି ଧାଡି ହୋଇ କେତେ ସରାଗ ରେ

    ଆଣି ଥାଉ ସେଉ, ବୁନ୍ଦି

ଗୋଟିଏ ଜାଗାରେ ସାଙ୍ଗ ମେଳ ହୋଇ

     ଖାଇଥାଉ ସବୁ ବାଣ୍ଟି

ସରିଗଲା ପରେ ମନ କହୁଥାଏ

    ପ୍ରଭୁଙ୍କର କୃପା ହେଉ ଏତେ ଶୁଆଦିଆ

ସେଉ, ବୁନ୍ଦି ଆଉ ଟିକେ କିଏ ଦେଉ

   ଥରେ ଥରେ ଯେବେ ପଚାରି ଦିଅନ୍ତି

     ଆଉ କିଏ ରହିଗଲା 

ମୁଁ ଖାଇ ନାହିଁ ମୋତେ ତ ଦିଅନ୍ତୁ

    ପାଟିରୁ ବାହାରୁ ଥିଲା

କେହି କେହି ପୁଣି କହୁଥାନ୍ତି ମୋତେ

   ଇଏତ ବଡ଼ ମିଛେଇ ସବୁ ଖାଇ ଦେଖ

କହୁଛି କେମିତି ମୁଁ କିଛି ତ ଖାଇନାହିଁ

ସାର, ଗୁରୁମା, ହସି ହସି ପୁଣି

   ପାଖକୁ ଡାକି ଥାଆନ୍ତି

ଆଉ କେବେ ମିଛ କହିବୁନି କହି

   ହାତରେ ସେଉ, ବୁନ୍ଦି, ଦିଅନ୍ତି

ଆଜି ନାହିଁ ଆମ ସେହି ପିଲା ବେଳ

  ଆଉ ନାହିଁ ସେହି ଅଳି

ହଜିଗଲା କାହିଁ ସେହି ମିଠା ସ୍ମୃତି

  ମନେ ମନେ ହୁଏ ଭାଳି

ମୋ ପୁରୁଣା ଦିନ ଭାରି ମନେ ପଡ଼େ

   ଆସନ୍ତାକି ମୋ ପାଇଁ ଫେରି

ଗାଁ ଦାଣ୍ଡ ଧୂଳି, ସେହି ସାଙ୍ଗ ମେଳ

   କେଉଁଠି ଲୁଚିଯାଇଛି

ଅଗଷ୍ଟ 15 ଆସିଗଲେ ପୁଣି

   ପୁରୁଣା ସେ ସ୍ମୃତି ଲୁହ ଧାର

     ହୋଇ ବୋହି ଚାଲିଛି

ଆସନ୍ତାକି ଫେରି ସେହି ଦିନ ସବୁ

    ମନେ ମନେ, ଆଜି ମୁଁ ଭାବୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍