STORYMIRROR

puja pradhan

Tragedy Inspirational

3  

puja pradhan

Tragedy Inspirational

ମୋ ପରିଚୟ

ମୋ ପରିଚୟ

1 min
188

ଯାହା ରାଗ ଅଭିମାନ ହସ ଲୁହ

 ସବୁ ହୋଇଥାଏ

ଲେଖକ ବା କବି ଏସବୁ  

 କାହାକୁ କହିନଥାଏ

 ମନେ ମନେ ଠିକ ମନେ ମନେ ଭୁଲ

  ଯାହାବି ତାର ହୋଇଥାଏ

ପ୍ରତିଟି ମୁହୂର୍ତ୍ତର ସାକ୍ଷୀ କେବଳ ଲେଖା

 କଲମ କାଗଜ ସେହି କଥା କହିଥାଏ

ଆଖିରେ ତାହାର ବୋହିଯିବା ଲୁହ

 କଲମର କାଳି କରି

ମନର ସେହି କରୁଣ ଯନ୍ତ୍ରଣାର ଦୁଃଖକୁ

  ସାଧା କାଗଜରେ ଭିନ୍ନ ଭିନ୍ନ ଶବ୍ଦରେ

 ତା ଜୀବନର ସେହି ଦୁଃଖ ସବୁ

  ଗୋଟି ଗୋଟି ଲେଖେ କାହାଣୀ ପରୀ

 ପଢିବା ଲୋକତ ଦୁଇଧାଡ଼ି ପଢି

  ମନରୁ ପାସୋରି ଯିବ

 ହେଲେ ଯେଉଁ ଲେଖା ଏହି

  ଲେଖିକା ଲେଖିଛି

 କେତେଯେ କଷ୍ଟମୟ ତାର ଏହି ଜୀବନ

  ତାକୁ ତୁମେ ନ ପାସୋରିଯିବ

 ତୁମ ପାଇଁ ଯିଏ ଲେଖେ କେତେ ଗୀତ

  ଲେଖେ ପୁଣି କେତେ କଥା

 ତା ମନ ଭିତରେ ଅଛି କେତେ ଝଡ଼ 

  କେତେ ଯେ ଶବ୍ଦ ଘେରରେ

 ବିତେ ସମୟ ତାର 

 ନିଜ ଦୁଃଖକୁ ଛାତି ତଳେ ଚାପି ରଖି ଯିଏ

  ଅନ୍ୟକୁ ହସାଇ ଥାଏ

 ନିଜ ଲେଖାରେ ସେ ଶହ ଶହ

  ମନକୁ ବାନ୍ଧି ରଖି ଥାଏ

 ପ୍ରକୃତ କବି ଓ ଲେଖିକା ସେହି

  ମଣିଷ ଟିଏ ହୋଇଥାଏ

 ଦୟାକରି ତୁମେ ପଢିବା ଆଗରୁ

  ଏକଥା ମନେ ରଖିବ

 ଗୋଟିଏ ମୁହୂର୍ତ୍ତ ତୁମେ ଲେଖାର

  ମାନେ ନିଶ୍ଚୟ ଖୋଜିବ

 କେତେ ଦୁଃଖ ଭରା କରୁଣ କାହାଣୀ

  ନିଶ୍ଚୟ ତୁମେ ଜାଣି ପାରିବ

 ସମାଜ ତାକୁ କହେ ନିର୍ଲଜ

  ତୁ ଯେ ଦୋଚାରୁଣୀ

 ହେଲେ ମୁଁ କହିଥାଏ ଅଚିହ୍ନା

  ମନକୁ ଯେ ଚିହ୍ନେ

 ନିଜର ଦୁଃଖକୁ ଭୁଲି ଯିଏ ଅନ୍ୟ 

  ଓଠ ରେ ହସ ଫୁଟାଏ

 ସେତ କୋଟିଏ ମନର ମାଲିକାଣୀ

   ଗୋଟିଏ ଲେଖାରେ ଯିଏ ଏସବୁ

 ଭଲପାଇବା ଓ ଦୁଃଖ ଯନ୍ତ୍ରଣା କୁ

  ଏକାଠି ବାନ୍ଧି ରଖି ପାରିଛି

 ବନେଇବା ସେ ବିଧାତା ନିଶ୍ଚୟ

  ତାକୁ ଖୁବ ସୁନ୍ଦର ମନଟିଏ ଦେଇଛି

 ହେ ଈଶ୍ୱର ଧନ୍ୟ ତୁମେ

   ଧନ୍ୟ ତୁମର ଏ ବିଚାର

 ଯାହାକୁ ଗଢିଛ ତୁମେ ଏତେ

   ସୁନ୍ଦର ମନଟିଏ ଦେଇ

 ନିଜର ଲେଖାର ଯାଦୁରେ ଯେ

  ସଭିଙ୍କ ମନକୁ ନିଏ ଆପଣେଇ

 ହେ ସୃଷ୍ଟିର ମାଲିକ ସତ ସତ ପ୍ରଣାମ

  ହେ ପ୍ରଭୁ ତୁମ ପାଖରେ ମଥା ଯାଏ ନଇଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy