ମୋ ପରିଚୟ
ମୋ ପରିଚୟ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଯାହା ରାଗ ଅଭିମାନ ହସ ଲୁହ
ସବୁ ହୋଇଥାଏ
ଲେଖକ ବା କବି ଏସବୁ
କାହାକୁ କହିନଥାଏ
ମନେ ମନେ ଠିକ ମନେ ମନେ ଭୁଲ
ଯାହାବି ତାର ହୋଇଥାଏ
ପ୍ରତିଟି ମୁହୂର୍ତ୍ତର ସାକ୍ଷୀ କେବଳ ଲେଖା
କଲମ କାଗଜ ସେହି କଥା କହିଥାଏ
ଆଖିରେ ତାହାର ବୋହିଯିବା ଲୁହ
କଲମର କାଳି କରି
ମନର ସେହି କରୁଣ ଯନ୍ତ୍ରଣାର ଦୁଃଖକୁ
ସାଧା କାଗଜରେ ଭିନ୍ନ ଭିନ୍ନ ଶବ୍ଦରେ
ତା ଜୀବନର ସେହି ଦୁଃଖ ସବୁ
ଗୋଟି ଗୋଟି ଲେଖେ କାହାଣୀ ପରୀ
ପଢିବା ଲୋକତ ଦୁଇଧାଡ଼ି ପଢି
ମନରୁ ପାସୋରି ଯିବ
ହେଲେ ଯେଉଁ ଲେଖା ଏହି
ଲେଖିକା ଲେଖିଛି
କେତେଯେ କଷ୍ଟମୟ ତାର ଏହି ଜୀବନ
ତାକୁ ତୁମେ ନ ପାସୋରିଯିବ
ତୁମ ପାଇଁ ଯିଏ ଲେଖେ କେତେ ଗୀତ
ଲେଖେ ପୁଣି କେତେ କଥା
ତା ମନ ଭିତରେ ଅଛି କେତେ ଝଡ଼
କେତେ ଯେ ଶବ୍ଦ ଘେରରେ
ବିତେ ସମୟ ତାର
ନିଜ ଦୁଃଖକୁ ଛାତି ତଳେ ଚାପି ରଖି ଯିଏ
ଅନ୍ୟକୁ ହସାଇ ଥାଏ
ନିଜ ଲେଖାରେ ସେ ଶହ ଶହ
ମନକୁ ବାନ୍ଧି ରଖି ଥାଏ
ପ୍ରକ
ୃତ କବି ଓ ଲେଖିକା ସେହି
ମଣିଷ ଟିଏ ହୋଇଥାଏ
ଦୟାକରି ତୁମେ ପଢିବା ଆଗରୁ
ଏକଥା ମନେ ରଖିବ
ଗୋଟିଏ ମୁହୂର୍ତ୍ତ ତୁମେ ଲେଖାର
ମାନେ ନିଶ୍ଚୟ ଖୋଜିବ
କେତେ ଦୁଃଖ ଭରା କରୁଣ କାହାଣୀ
ନିଶ୍ଚୟ ତୁମେ ଜାଣି ପାରିବ
ସମାଜ ତାକୁ କହେ ନିର୍ଲଜ
ତୁ ଯେ ଦୋଚାରୁଣୀ
ହେଲେ ମୁଁ କହିଥାଏ ଅଚିହ୍ନା
ମନକୁ ଯେ ଚିହ୍ନେ
ନିଜର ଦୁଃଖକୁ ଭୁଲି ଯିଏ ଅନ୍ୟ
ଓଠ ରେ ହସ ଫୁଟାଏ
ସେତ କୋଟିଏ ମନର ମାଲିକାଣୀ
ଗୋଟିଏ ଲେଖାରେ ଯିଏ ଏସବୁ
ଭଲପାଇବା ଓ ଦୁଃଖ ଯନ୍ତ୍ରଣା କୁ
ଏକାଠି ବାନ୍ଧି ରଖି ପାରିଛି
ବନେଇବା ସେ ବିଧାତା ନିଶ୍ଚୟ
ତାକୁ ଖୁବ ସୁନ୍ଦର ମନଟିଏ ଦେଇଛି
ହେ ଈଶ୍ୱର ଧନ୍ୟ ତୁମେ
ଧନ୍ୟ ତୁମର ଏ ବିଚାର
ଯାହାକୁ ଗଢିଛ ତୁମେ ଏତେ
ସୁନ୍ଦର ମନଟିଏ ଦେଇ
ନିଜର ଲେଖାର ଯାଦୁରେ ଯେ
ସଭିଙ୍କ ମନକୁ ନିଏ ଆପଣେଇ
ହେ ସୃଷ୍ଟିର ମାଲିକ ସତ ସତ ପ୍ରଣାମ
ହେ ପ୍ରଭୁ ତୁମ ପାଖରେ ମଥା ଯାଏ ନଇଁ