STORYMIRROR

puja pradhan

Children Stories Tragedy Inspirational

3  

puja pradhan

Children Stories Tragedy Inspirational

ପ୍ରକୃତି

ପ୍ରକୃତି

1 min
178

ପ୍ରକୃତି କହେ ପ୍ରତୀକ୍ଷାକୁ

କାହିଁ ହଜିଗଲା ମୋର ପରିଚୟ

ପ୍ରତୀକ୍ଷା କହେ କିଛିବି ନୁହେଁ

ଏତ ସମୟର ପରିଚୟ

ସଭିଏଁ କହନ୍ତି ପ୍ରକୃତିର ଦାନ

ସୁନ୍ଦର ଏହି ପୃଥିବୀ

କେତେ ଯେ ମହାନ ସାଧୂସନ୍ତ ପୁଣି

କେତେ ଯେ ବୀର ଜନମିଲେ

ମାତୃ ଭୁମିପାଇଁ ହସି ହସି ନିଜ

ପ୍ରାଣ ବଳି ଦେଇ ତିରଙ୍ଗା ଉଡ଼ାଇଲେ

କେତେ କବି ଏଠି ଲେଖିଗଲେ ଗୀତ

ହୃଦୟର କଥା କହି

କେତେ ଇତିହାସରଖିଛି ସାଇତି

କେବଳ ଆମରି ପାଇଁ

ଗୀତା ଭାଗବତ ପୁରାଣ ପୋଥିତ

ଅମୁଲ୍ୟ ତା ପରିଚୟ

କେତେଯେ ବିଶାଳ ମନ୍ଦିରର

କାରୁ କାର୍ଯ୍ୟ କହୁଥାଏ

ଆକାଶକୁ ଛୁଏଁ ବିଶାଳ ପର୍ବତ

ଝରି ଝରି ଯାଏ ନଈ

ପ୍ରକୃତିର ଦାନ କେତେ ଗଛ ଲତା

ରଖିଛି ସେ ଆମ ପାଇଁ

ବାରମାସେ ତେର ପରବ ଆମର

ଶିଖାଏ କେତେଯେ କଥା

ଲାଗୁଛି ଯେମିତି ବିଶ୍ୱର ମାଲିକ

ପ୍ରତି ମୁହୂର୍ତରେ କରୁଛି ଆମରି ଚିନ୍ତା

ଏତେ ସବୁ ପରେ ମଣିଷ କାହିଁକି

ନିଜକୁ ନିଜେ ନ ଜାଣେ

ପ୍ରତିମୁହୂର୍ତ୍ତରେ ଈଶ୍ୱର ଙ୍କୁ ଭୁଲି

ନିଜ କଥାକୁ ନିଜେ ବଖାଣେ

ସବୁକିଛି ମୁଁ କରିଛି ତିଆରି

ମୋ ପରିବାର ପାଇଁ

ବସି ଖାଇଲେତ କେବେ ସରିବନି

ଯେତିକି ଧନ ମୋହର

ସେ ମୂର୍ଖ ଜାଣେନା ନିଜ ନିଶ୍ୱାସରେ ବି

ନାହିଁ ତାର ଅଧିକାର

ସଂସାର ମାଲିକ ସଂସାରରଥ କୁ

ନିଜେ ନିଜେ ସେ ଚଲାଏ

ମା ଟିଏପରି ଧରଣୀରାଣୀ ବି

ନିଜ ଦେହେ ଆମକୁ ବଢ଼ାଏ

ଏତେ ସବୁକରି ଏତେ ସବୁ ଦେଇ

ଆମରି ଦୋଷକୁ ନିଏ ନିଜର କରୀ

ସେହି ମା ଙ୍କୁ କାହିଁକି ମଣିଷ ଚିହ୍ନେନୀ

ବାର ବାର ତାକୁ ଦେଇ ଚାଲେ ଦୁଃଖ

ସବୁ ସହି ଚାଲେ ପ୍ରତିମୁହୂର୍ତ୍ତରେ ପାଷାଣ ପରୀ

ଆମରି ଦୋଷ କୁ କ୍ଷମା କରୁଥାଏ

ଅବୋଧ ଶିଶୁ ଆମେ ତାହାରି ବୋଲି

ଆମରି ଦେହରୁ ଯିଏ ହୋଇ ଯାତ

ଆମକୁ ପ୍ରତି ଉତ୍ତର ଦିଏ

ସ୍ନେହ ମଇ ମା ସ୍ନେହ ଡୋର କାଟି

ସନ୍ତାନ କୁ ଅବାଟରୁ ଟାଣି ନିଏ

ଠିକ ସେହି ଭଳି ପୃଥିବୀ ମା ବି

ନିଜ ଭିତରେ ଆମକୁରଖି ଥାଏ

ଯେବେ ଯେବେ ଏହି ମାନବ ସମାଜ

ପ୍ରକୃତି କୁ ଖଣ୍ଡ ବି ଖଣ୍ଡିତ କରୁଥାଏ

ପ୍ରତିମୁହୂର୍ତରେ ପ୍ରକୃତି ତାହାର

ନିଷ୍ଠୁର ତାଣ୍ଡବ ଦେଖାଇଥାଏ

ଆଜିର ସମାଜ ପ୍ରକୃତି ପାଖରେ

ସଦା ସର୍ବଦା ମୁଣ୍ଡ ଥାଏ ।।



Rate this content
Log in