STORYMIRROR

puja pradhan

Tragedy Inspirational

3  

puja pradhan

Tragedy Inspirational

ମଉଳା ଗୋଲାପ ଟିଏ ମୁଁ

ମଉଳା ଗୋଲାପ ଟିଏ ମୁଁ

2 mins
131

ମଉଳାଗୋଲାପ ଟିଏ ମୁଁ 

  କେବେଠୁ ଯାଇଛି ସୁଖୀ

 ଏହି ପରି ହୀନ ଭାଗ୍ୟ ବୋଲି

  ଆଜିମୁଁ ନିଜକୁ ପଚାରେ ଖାଲି

 ସଭିଙ୍କୁ ନିଜର ଭାବିଥିଲି ସିନା

   ମୋତେ ଓ ମୋମନକୁ ସଭିଏଁ

 କାହିଁକି କେଜାଣି କରିଦେଇଥିଲେ ଚୁନା

ସୁନ୍ଦର ହୃଦୟ ଟିଏ ମୋର କାହିଁକି କେଜାଣି

 କେହିବି ଚିହ୍ନିଲେ ନାହିଁ

ପ୍ରତି ମୁହୂର୍ତ ରେ କେତେଯେ କଷ୍ଟ

  ଦେଇ ଚାଲିଛନ୍ତି ସେ କଥା

କେବଳ ଜାଣିଛି ମୁହିଁ

କିଏ ଯେ ନିଜର କିଏବା ପର

  ସେକଥା ମୁଁ କେବେବି ଜାଣେନାହିଁ

ସଦା ସର୍ବଦା ସଭିଙ୍କୁ ନିଜର କରେ ମୁହିଁ

  ନିଜେ ଭାବିନି ନିଜପାଇଁ କେବେବି ଥରେ

 କଣ୍ଟା ଘେରରେ ରହିଛି ହେଲେବି

   ହସୁଥାଏ ଏମିତି ଯେମିତି କିଛି

  ଦ୍ୱନ୍ଦ, ଆଘାତ ନାହିଁ ମୋର

ହେଲେ କେହିବି ଜାଣେନି କେତେ

  ଦାରୁଣ କଷ୍ଟ ଦାୟକ ଜୀବନ ମୋର

 ସଭିଙ୍କ ଆଗରେ ହସୁଥାଏ ମନ ଭରୀ

   ହୃଦୟରେ ଥାଏ ଅନେକ କୋହ

 ସଭିଙ୍କୁ ଲୁଚାଇ କାନ୍ଦୁଥାଏ ଅହରହ

   ସବୁବେଳେ କହୁଥାଏ

  ହେ ଦାରୁଣ ବିଧାତା ତୁମେ

    କାହିଁକି ଏହିପରି ମନଟିଏ ଦେଲ

  ସାରା ଜୀବନ ଯେ ମୁଁ ଜଳୁଛି ଅହରହ

    ବାପା, ମା, ଭାଇ, ଭଉଣୀ ରେ

      ପରିବାର ଦେଇଥିଲ

    ହେଲେ ସେ ସଭିଙ୍କ ଠୁ ମୋତେ

      ସମ୍ପୂର୍ଣ ନିଆରା କରିଦେଲ

   ସୁନା, ରୁପା, ଚାହିଁନି ମୁଁ

      କେବେବି କରିନି ସେ ସବୁରେ ଆଶା

  ଚାହିଁଛି କେବଳ ସଭିଙ୍କ ମନରେ

     ମୋପାଇଁ ଟିକେ ଯାଗା

   ହୃଦୟ ଦେଇ ଜଣକୁ ପାଇ ଥିଲି ଭଲ

     ହେଲେ ଦୁନିଆର କିଛି ଲୋକ

   ମୋ ପ୍ରେମକୁ ବୁଝିଲେନି

     ଓ କରିଦେଲେ ଆମ ଦୁହିଁଙ୍କୁ

   ଏ ଭଳି ବାଟର ଅଚିନ୍ହା ବାଟୋଇ

     ଯେମିତି ପରସ୍ପର କୁ କେବେ ବି 

    ଜମା ଚି଼ହ୍ନା ସତେ ନାହିଁ

  ପାଷାଣ ଟି ପରୀ ସେସବୁ ସହି ଗଲି

    ମୋ ଆଖିର ଲୁହକୁ ପି, ପି

   ଛାତିକୁ ପଥର କରି ବାଟବି ଚାଲିଲି

      କେତେ ଯେ ରାତି ମୋର

    କଟିଛି ଭାବନାରେ ସେ ସବୁର

      ମୁକ ସାକ୍ଷୀ କେବଳ ମୁଁ ନିଜେ

    

 ଯାହାପାଇଁ ମୋ ଆଖିରେ ଦିନେ

      ସପନ ଭରୀ ଥିଲି ପ୍ରତି ମୁହୂର୍ତ ରେ

      ତା ମଙ୍ଗଳ ମନାସି ଦୀପ ମୁଁ ଜାଳିଲି

    ଆଉକେବେ ହୁଏତ କାହାରିକୁ

       ଭରସା କରିନପାରେ ଜୀବନରେ

     ରକ୍ତର ସମ୍ପର୍କ ସବୁ ହେଲା ପାଣି ଗାର

       ମାନବିକତା କୁ ଭୁଲି ମୋତେ

     ଯାତନା କଷ୍ଟ ଦେଇ ଚାଲିଲେ ବାରମ୍ବାର 

      ହେଲେ ବି ସେସବୁ ସହିଲି

     ଇଛା ନଥାଇବି ଛାତିର କୋହକୁ ଭୁଲି

       ପ୍ରତିଦିନ ଅଭିନୟ କରୁଥିଲି

     ସମୟର ସୁଅ ହାତରେ

        ଜୀବନ ଡୋରିକୁ ଛାଡି ଦେଲି

      ଭସା ବାଦଲ ତ ଭସାଇ ମୋତେ

        କେଉଁଠୁ, କେଉଁଠି କି ନେଇଗଲା

      ବିଶ୍ୱାସ ରେ କେହି ଜଣେ

        ହାତ ଟିକୁ ବଢ଼ାଇଲା

      ଅନେକ ଆଘାତ ପାଇଥିବା

        ନିରୀହ ମନଟି ନିଜ ଅଜାଣତରେ

       ଗୋଲାପ ପାଖୁଡା ଭାବି

        କଣ୍ଟାର ବାଟ କୁ ବାଛି ନେଲା

       ମରଣ ଠୁ ବଳି ଯମ ଯନ୍ତ୍ରଣା

         ସଂଘର୍ଷ ପୂର୍ଣ ଜୀବନଟା ହୋଇଗଲା

        ଯାହା ପାଇଁ ସବୁ କରିଥିଲି ତୁଛ

         ଦଗା ଦିଆ ସେତ ନିଷ୍ଠୁର ପାଷାଣ

         ବୋଲି ଏମନଯେ ମୋର ଜାଣି ନେଲା

           ଆଉ କାହାରିକୁ ଭରସା କରିବି

        ନିଜକୁ ନିଜ ସେ ପଚାରିଲା

          ଯୁଆଡ଼କୁ ଚାହେଁ ସବୁଠି ଯେମିତି

        ସ୍ୱାର୍ଥ ପାଇଁ ଏଠି ସଭିଏଁ

       ଛଳନା ରେ ରହି ଥାନ୍ତି

         ଅନ୍ୟ ର ମନକୁ କାହିଁକି କେଜାଣି

        ଜାଣି ଜାଣି ଭାଙ୍ଗି ଦିଅନ୍ତି

       ଅସହାୟ ଲାଗେ ଆଉ କାହା ପ୍ରତି

        ଭରସା ଆସିବନାହିଁ

       କାହା ପାଇଁ କେବେ ମୋ ମନରେ

        ବିଶ୍ୱାସର ଆଶା ଟିଏ ଆଉ କେବେ

         ମନରେ ଜାଗ୍ରତ ହେବ ନାହିଁ

        ହେ ଈଶ୍ୱର କହିବକି ମୋତେ

         କାହିଁକି ମନରେ ଏତେ ଭାବନା ଦେଇଛ

       ହେଲେ ମୋମନ କୁ ବୁଝିଲା ପରି

          ମନଟି ନ ଦେଇଛ

        କାହାରି କୁ କିଛି କହିବାର ନାହିଁ

          ତୁମପାଇଁ କିଛି କଥା ଅଛି

         ସେସବୁ ତୁମକୁ ପଚାରି ବା ଲାଗି 

          ଅପଲକ ନୟନରେ ଚାହିଁ ରହିଛି 

         ଏ ସାରା ଦୁନିଆ ବିଶାଳ ପୃଥିବୀ

          କେତେ ଯେ ସୁନ୍ଦର ରଚି ଅଛ

         କାହିଁକି କେଜାଣି ପ୍ରତେକ ମନରେ

           କେତେ ଭଲପାଇବା ଭରି ଅଛ

          ଏତେ ସବୁ ଦେଇ ଏତେ ସବୁ କରି

          କାହିଁକି ମଣିଷ ଏତେ ସ୍ୱାର୍ଥପର ହୁଏ

            ନିଜ ସୁଖ ପାଇଁ ପ୍ରତିମୁହୂର୍ତ ରେ

           ଅନ୍ୟକୁ ସେ ଠକୁ ଥାଏ

             ନିରୀହ କୋମଳ ମନଟି ମୋହର

           କେତେ ଯେ କଷ୍ଟ ପାଇଲା

           ଜୀବନ ଟା ସାରା କଷ୍ଟ ଦାୟକ ଜୀବନ

             କଣ୍ଟାର ଆଘାତରେ ବିତିଲା ।

             

          

         

         


         

           

         

         

     

      

     

    


Rate this content
Log in

Similar oriya poem from Tragedy