ଚପଲ୍
ଚପଲ୍
ପୋଲ ଉପରୁ ମୁଁ ନିରବ ଦ୍ରଷ୍ଟା
ପ୍ରବଳ ବର୍ଷା ରେ
ଭାସି ଯାଉଥିବା ଫଟା ଚପଲ୍ ର
ଶୁଭୁଥିଲା ଆର୍ତ୍ତ ଚିତ୍କାର,
ମୋତେ କିଛି କ୍ଷଣ ଧରିରଖ ବନ୍ଧୁ
ମୁଁ ତ କାହାର କାମରେ ଆସିବି ।
ମୋ ଆର ଯୋଡ଼ି ର ବନ୍ଧୁତା
ଫୁଟ୍ ପାଥ୍ ର ଭଙ୍ଗା ଦେହରେ
ସେମିତି ଯୋଡ଼ି ରହିଛି
ସେଇ ମଇଳା ଖାଲି ପାଦର ଆତ୍ମୀୟତାକୁ
ମୁଁ କେମିତି ବା ଭୂଲି ପାରିବି
ମତେ ଧରି ରଖ ବନ୍ଧୁ
ମୁଁ ତ କାହାର କାମରେ ଆସିବି।
ଜନ ସମୁଦ୍ର
ଅଗଣିତ ଉତ୍ତାଳ ତରଙ୍ଗ
ସବୁ କିଛି ର ଭାଗ୍ୟ
ପେଟ ତ ନୁହ
େଁ
ବିଶାଳ ପ୍ରାଚୀର ଚଢ଼ିବାର ଲକ୍ଷ୍ୟ।
ଯନ୍ତ୍ରଣା ଟା ସାଧାରଣ ଶ୍ବାସ ପ୍ରଶ୍ୱାସ
ଫଟା ଚପଲ୍ ର ଭାଗ୍ୟ ଉପରେ
ଭାର ଅନେକ ଜୀବନ୍ତ ଉନ୍ମେଷ
କିଛି କ୍ଷଣସ୍ଥାୟୀ ତ କିଛି
ଅସ୍ଥିର ଆବେଗ।
ଫୁଟ ପାଥ୍ ର କବର ତଳେ
ଅଣ୍ଡାଳୁ ଥିବା ଜୀବନର
ଅସରନ୍ତି ଅନେକ ଲୁହ
କିଛି ଯାତନାର ତ କିଛି ଆଶଙ୍କାର।
ଭୋକିଲା ମୋଚୀର ବସ୍ତା ତଳେ
ଚିକିତ୍ସା ର ଅପେକ୍ଷା ରେ ଥିବା
ଅନେକ ବେମାର ଚପଲ୍
ସବୁ ତ ମୋ ଯୋଡ଼ି ନୁହଁନ୍ତି
ମୋତେ ଧରିରଖ ବନ୍ଧୁ
ମୁଁ ତ କାହାର କାମରେ ଆସିବି।