STORYMIRROR

Barsha Swain

Tragedy Others

3  

Barsha Swain

Tragedy Others

ମୁଁ ନୀରବ

ମୁଁ ନୀରବ

1 min
433

  

ସମୟର ସୁଅ ଛୁଟିଛି 

ପବନ ଦିଗବଦଳାଉଛି ,

ପରିବେଶ ଆଦରି ନେଉଛି

ଜୀବନର ମୋଡ ରେ ପରିବର୍ତ୍ତନ 

ଅଥଚ ମୁଁ ନୀରବ। 


ଆପଣାର ଆପଣାର କହି

ଆବୋରି ନିଅନ୍ତି ସୁଖକୁ ସଭିଏଁ 

ହେଲେ ଦୁଃଖକୁ ମୁଁ ଖୋଜେ

ଲୁହ ଆମର ଏକାନ୍ତ ନିଜର

ସେଥିପାଇଁ ବୋଧେ ମୁଁ ନୀରବ। 


ଅଥୟ ଏ ମନ ଅସ୍ଥିର ପୁଣି ବିଚଳିତ 

ସର୍ବୋପରି ମୂଲ୍ୟବାନ ସମୟ,

ସହ୍ଯ କରି ହୁଏ ନାହିଁ ବୋଲି 

ଚିତ୍କାର ଶୁଭେ ନିଶ୍ୱାସ ର

ଭୀଷଣ ଗର୍ଜନ ଭୋକିଲା ବାଘପ୍ରାୟ

ପରିସ୍ଥିତିକୁ ସମ୍ଭାଳିବାକୁ ମୁଁ ନୀରବ। 


ଜୀବନ ହୁଏତ ଦିଏ ସ୍ମୃତି 

ସ୍ୱାଧୀନତା, ସ୍ବାଭିମାନ, ସମ୍ମାନ 

କିନ୍ତୁ ଏହା ଆମନ୍ତ୍ରଣ କରେ ଯନ୍ତ୍ରଣାକୁ

ସବୁ କିଛି ସହିବାକୁ ବାଧ୍ୟ ହୋଇ 

ମୁଁ ଆମନ୍ତ୍ରଣ କରେ ନୀରବତାକୁ

ସେଥିପାଇଁ ମୁଁ ନୀରବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy