STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ମାଟି

ମାଟି

1 min
382


ମାଟିରେ ଜନମ ନେଇଥିଲି ଦିନେ

   ମାଟିରେ ଯିବି ମୁଁ ଚାଲି,

ଏଇ ମାଟି ଖଣ୍ଡେ କିଣିବା ପାଇଁକି

    କୋର୍ଟ କଚେରୀ ଗଲି।


ଚାରି ହାତ ମାଟି ନିଜସ୍ଵ ମୋହର

     ମଲାବେଳେ କୁହାଯାଏ,

ମାଟି ହାଣ୍ଡି ଭଳି ଏହି ଜୀବନଟି

      ଦେଖୁ ଦେଖୁ ଭାଙ୍ଗି ଯାଏ।


ମାଟିର ପିଞ୍ଜରା ଏହି ଦେହ ଗୋଟି

      ଆତ୍ମା ପରା ସୁନା ଶାରୀ, 

ଏହି ମାଟି ମାଆ ଆକାଶଟି ବାପ

      ମୁଣ୍ଡେ ଅଛି ଛାତପରି।


 ଛୁଞ୍ଚି ଅଗେ ମାଟି ଦେବି ନାହିଁ ବୋଲି

     ଦୁର୍ଯ୍ୟୋଧନ କହିଦେଲା,

ସେହି ମାଟି ପାଇଁ ମହାଭାରତର

      ସୂତ୍ର ପାତ ହୋଇଥିଲା।


ବଖୁରେ ଘରକୁ ଆୟୂଷ ନିଅଣ୍ଟ

      ତୋଳିବି ଏଠି କି କୋଠା,

ମାଟି ହାତେ ପାଇଁ କାହା ସହିତରେ

      ହେବି କାହିଁ ବାଡାପିଟା ? 


ଏହି ମାଟି ଦେହ ନ ଥିବରେ ଭାଇ

    ଘର ଖାଲି ପଡିଥିବ,

 ଅବାଟରେ ନେଇ ଦୁର୍ଲ୍ଲଭ ଜୀବନ

       ମାଟି କଲେ କେଉଁ ଲାଭ ? 


ମାଟି ମାଆ ପାଇଁ ଗାନ୍ଧୀ ଗୋପବନ୍ଧୁ

       ଅମର ହୋଇ ରହିଲେ,

ସେଇ ମାଟି ପାଇଁ ବୀର ସ‌ଇନିକ

        ସହୀଦ ବି ହୋଇଗଲେ।


ଗାଆଁରେ ଜନମ ଯୋଗ୍ୟ ସନ୍ତାନଟି

      ରଖେ ଗାଁ ମାଟି ନାଁ ,

ସେ ଗାଁ ମାଟିର ଅଯୋଗ୍ୟ ସନ୍ତାନ

      ପକାଏ ଗାଁ ମାଟି ନାଁ।


 ସୁନାର ଫସଲ ଫଳାଉଛି ମାଟି

     କୃଷକର ହାତ ସ୍ପର୍ଶେ,

ସେଇ ମାଟି ଆମ ଅର୍ଦ୍ଦଳୀକୁ ସହି

     ସବୁବେଳେ ଆହା ହସେ।


ମମତା ମୟୀ ସେ ମାଟି ମାଆ ଆମ

    ତା 'କୋଳ ଆମ ଝୁଲଣା,

ମାଗିନି ପାଉଣା ଅସହ୍ୟ ଯନ୍ତ୍ରଣା

    ହସି ସହୁଅଛି ସିନା।


ସାଇତିଛି ବୃକ୍ଷେ ନାନାଜାତିର ଫଳ

    ଆମରି ଆହାର ପାଇଁ,

ଯୋଗାଇଛି ଜଳ ତୃଷାର୍ତ୍ତ ଜୀବନେ

    ମାଆର ଆସନେ ଥାଇ।


ଏ ସବୁଜ କ୍ଷେତ ତା' ପିନ୍ଧା ପଣତ

   ଆମ ମଥାପରେ ଅଛି,

ତା' ନାଁ ଆମର ସର୍ବ ତୀର୍ଥ ସ୍ଥଳ

   ସାଗର ପଦ ଧୋଉଛି।


ପଞ୍ଚଭୂତର ଏ ଶରୀର ଖଣ୍ଡକ

      ମାଟିରେ ସେ ମିଶିଯିବ

ମୁରୂଖ ଅପର୍ତ୍ତି ସେ ମାଟି ଧୂଳିକୁ

     ମୁଣ୍ଡେ ସଦା ବୋଳୁଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy