STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଟୁହ୍ଵିଲର ଟୋଲ୍‌ଗେଟ‌ ଟ୍ୟାକ୍ସ

ଟୁହ୍ଵିଲର ଟୋଲ୍‌ଗେଟ‌ ଟ୍ୟାକ୍ସ

2 mins
13

ଟୁ ହ୍ୱିଲର ଟୋଲ୍‌ଗେଟ୍‌ ଟ୍ୟାକ୍ସ 
***********ଅପର୍ତ୍ତି ସେଠୀ 
      (ରମ୍ୟ ରଚନା)
ଖବର ଭଳି ଖବରଟିଏ
      ଶୁଣିଲି ଏତେଦିନେ,
ଟୋଲ୍‌ଗେଟ୍ ଟ୍ୟାକ୍ସ ଦେବେ ଏଥର
      ଟୁହ୍ଵିଲର ଭାଇମାନେ।
ବାଇକ୍ ବାଲା ଗଣିବେ‌ ଟଙ୍କା 
     ଗଲେ ଟୋଲ୍‌ଗେଟ୍ ଦେଇ,
ସାଇକେଲ ବି ଚଢୁଛ ଯଦି 
     ହୁସିଆର‌ ଥାଅ ଭାଇ।
ସାଇକେଲ ବି ଟୁହ୍ଵିଲର 
      ଯାନରେ ଭାଇ ଗଣା,
ସରକାରଙ୍କ ବଡ଼ ଘୋଷଣା
       ଲାଗିବ କଟକଣା।
ହେଲମେଟ୍ ପିନ୍ଧି ସାଇକେଲ‌ ବି
        ଚଳେଇବାକୁ ହେବ,
ଡ୍ରାଇଭିଂ ଲାଇସେନ୍ସ ସହିତ 
        ଇନ୍‌ସୁରାନ୍‌ସ ବି ଥିବ।
କେଁ କଟର ଶବଦ‌ ପୁଣି
        ଯଦିବା‌ ଶଭୁଥିବ,
ଶବଦ‌ ପ୍ରଦୁଷଣ‌ ନିମନ୍ତେ 
       ଜୋରିମାନା ବି ଦେବ।
ଆଗ ପ‌ଇସା ପାଖରେ ରଖ
       ପଛେ ଟୁହ୍ଵିଲର ଚଢ,
ତୁମ ଅବସ୍ଥା ହେଉବା‌ ଯାହା 
       ଧାର୍‌ କରଜ କର।
ତେଣୁ ଆଗକୁ ଟୁ ହ୍ୱିଲର 
       ଯଦି ଚଢ଼ିବ ଭାଇ,
ଏ ସବୁ ପ୍ରତି ନଜର ଦେଇ
       ଥାଅ ସଜାଗ ହୋଇ।
କି ବେଳ ହେଲା ଇଏ କି ପାଲା
       ସୁଖ ଟିକକ ଗଲା,
ଟୋଲ୍ ଗେଟ୍‌ରେ ଟଙ୍କା ଗଣିବେ
       ପୁଣି ଟୁହ୍ଵିଲର ବାଲା !
ବସ୍ କି ଟ୍ରକ୍ ଟୋଲ୍ ଗେଟ୍‌ରେ
        ଦିଅନ୍ତି ସିନା ଫି,
ଟୁହ୍ଵିଲର ୟାଙ୍କଠୁ‌ ବେଶୀ
    କ'ଣ,ଇନ୍‌କମ୍ କରିଲେ କି?
ଗରୀବଟିଏ‌ ଫାଇନାନ୍‌ସରେ
       ବାଇକ୍ ଯଦି ଆଣେ,
କିସ୍ତି ବାବଦେ ମାସକୁ ମାସ 
       କଷ୍ଟେ‌ ପ‌ଇସା ଗଣେ‌।
ରୋଡ଼ ଟ୍ଯାକ୍ସ‌ଠୁ ଆରମ୍ଭ କରି
       ରେଜିଷ୍ଟ୍ରେସନ ଯାଏ,
ପଲୁସନ‌ ଓ ଇନ୍ସୁରାନ୍ସରେ
        ପ‌ଇସା ପୁଣି ଦିଏ।
ଏକ ଲିଟର ପେଟ୍ରୋଲ ଯଦି
       ଗାଡିରେ‌ ଭରେ ସିଏ,
ଅଧା ପ‌ଇସା ସରକାରଙ୍କୁ 
       ପରୋକ୍ଷ ଭାବେ ଦିଏ।
ଲୋକଙ୍କ ଠାରୁ ନାନା ଟିକସ 
       ନିଅନ୍ତି ସରକାର,
କ'ଣ ବା ଦେଇ ଲୋକମାନଙ୍କ 
       କରନ୍ତି‌ ଉପକାର?
ବଡବଡିଆ ଯାଆନ୍ତି ତରି
       ଗରୀବ ମରେ ବୁଡି,
ଚଳିବା ବଡ଼ କଷ୍ଟ ହେଲାଣି 
       ଆଉ,ଗାଡ଼ି ହେବନି ଚଢି।
ଟ୍ୟାକ୍ସ ଆଦାୟ ନାଆଁରେ ପୁରେ
        ଅଫିସରଙ୍କ ପେଟ,
କୁମ୍ଭୀର କାନ୍ଦ ଦେଖାନ୍ତି ଦେଇ
       ଗରୀବ ପେଟେ ନାତ।
ଅତି ସିନିହ ଆମକୁ ଦେଲ
       ଚାଟି ରକ୍ତାକ୍ତ କଲ,
ଆମର ଆଡ଼େ ଯାହା ହେଲାଣି
        ନ କହିବା ହିଁ ଭଲ।
(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା 
    ମୋ- ୭୮୯୪୩୯୮୫୦୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy