Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ନବ ଯୌବନ

ନବ ଯୌବନ

1 min
368



ନବ ଯୌବନ ଦିବ୍ୟ ଦର୍ଶନ 

ଚାହିଁ ରହିଛିଏ ବିଶ୍ବ ଭୁବନ ।


ବରଷକୁ ଥରେ ଏରଥ ଯାତ

ରଥେ ମୋ ଆସିବେ କଳା ସାଆନ୍ତ ।


ଭାଇ ଭଉଣୀ ଙ୍କି ସଂଗତେ ନେଇ

ଢଳିଢଳି ଆସେ କଳା ଗୋସେଇଁ ।


ଦୁଃଖ ହରଣ ମୋ ଦୁଃଖ ନାଶନ 

ସବୁଦେଖୁ ଥିବ ଚକାନୟନ ।


ଦାସିଆ ନଡିଆ ନେବାକୁ ହାତ 

ଭକତ ବିଦୁର କରମା ହାତ ।


ମହ ମହ ବାସ ହାତରେ ଥାଏ

ଭକ୍ତ ବାନ୍ଧବ ହେ ମନକୁ ନିଏ ।


ଲକ୍ଷ୍ମୀ ସାଆନ୍ତାଣୀଦେଉଳେ ରହି 

ମନେ ରୋଷ ତାଙ୍କ ନ ପାରେ ସହି ।


 ସବୁ ପଛ କରେ କଳା ସାଆନ୍ତ 

ନବ ଯୌବନ ମୋ କମଳାକାନ୍ତ ।


ଆସ ଆସ ରଥ ସଜା ହୋଇଛି 

ସାରା ବିଶ୍ବ ବାସୀ ଚାହିଁ ରହିଛି ।


ଥରେ ଦେଖି ଦିଅ ତୁମରି ଦାଣ୍ଡେ

ଏପରାଣ ପିଣ୍ଡ ତୁମରି ଦାନେ ।


ଶରଣ ରକ୍ଷଣ ମୋ ମହା ବାହୁ 

ଜୟ ଜଗନ୍ନାଥ ତୁଣ୍ଡ ରେ ଥାଉ ।


Rate this content
Log in