STORYMIRROR

Saphala Das

Abstract

4  

Saphala Das

Abstract

ବର୍ଷା

ବର୍ଷା

1 min
240


ମୋ ଗାଁ ର ଲଗାଣ ବର୍ଷାକୁ 

ସକାଳର ନିଦ 

ଦୁହିଁଙ୍କ ଭିତରେ ଅନାବିଳ ପ୍ରେମ ।


ତା ଭିତରେ ରାତିରେ 

ଘର ଚାଳରୁ ଝରୁ ଥିବା ପାଣିର 

ଭିନ୍ନ ଭିନ୍ନ ଶବ୍ଦ 

ଅମୃତ ଭଣ୍ଡା ଗଛ

ବର୍ଷା ପାଣି ମାଡରେ 

ଅଧା ଜୀବନ ଗଲା ପରି 


ଆଉ ସଜନା ଗଛ କଥା କିଏ ପଚାରେ

ରଡ କିନା କୁକୁଡା ମୁଣ୍ଡ ମୋଡିଲା ପରି 

ମୋଡିଦିଏ ବରଷା କୁ ଉପଭୋଗ କରୁ ଥିବା 

ପବନ, ନା ସହି ପାରୁନଥିବା କାରଣରୁ 


ସେ କଥା ପଚାରେ କିଏ 

ବୋଉ କହେ ଦିପହରକୁ 

ଗରମ ଗରମ ମୁଗ ମୁଠା ପକାଇ 

ରସୁଣ ଛେଚା ବଘରା 


ପୋଡାମୁହିଁ ମେଘ 

କେତେ ଫୁଲ ଝରେଇଦେଲା 

ମୋ ଗଛରୁ ଛୁଇଁ ଦିଟା ମିଳିବ ନି 


ଏପଟେ ଡାକ ଶୁଭୁଥିବ 

କାଲି ଘଡଘଡି ରେ ଆର ଗାଁ ରେ

ଜଣେ ମରିଗଲା ଘଡଘଡି ପଡି

କାହିଁକି ବାହାରୁଥିଲା କେଜାଣି 


ଗାଁ ନଈରେ ଗୋଳିଆ ପାଣିକି

ବହୁତ ଜୋରରେ ନଈର ସୁଅ 

ଆରପାରିକି ଗାଈ ଚରିବାକୁ 

କେମିତି ଯିବେ କେଜାଣି 

ଏମିତି ଯଦି ଲଗାଣ ବର୍ଷା ହେବ

ମଣିଷ ଘରୁ ବାହାରି ପାରିବନି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract