Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ମୌସୁମୀ

ମୌସୁମୀ

2 mins
261



ଆଜି ମୌସୁମୀ ଆସୁଛି ବୋଲି ସମସ୍ତେ ଖୁସିରେ ଅଧିର ମନେପଡିଗଲା ଗାଁ କଥା ଗାଁ ରେ ହେଉଛି କି ନାହିଁ ବରଷା ଏବେ ଆଉ ଆଗ ପରି ନାହିଁ ସବୁ ଜାଣି ଗଲେଣି ଦୂରଦର୍ଶନ ମାଧ୍ୟମରେ । କଟକ ରେ ମେଘ ଆସିବରଷିବାଦେଖି ଫୋନ ବୋଉକୁ ଗାଁ ରେ ବର୍ଷା ହେଲାଣି । ବୋଉ ସଂଗେ ସଂଗେ କହିଲା କଣ ତ କହୁଥିଲେ ଆଜି ହେବ ବୋଲି ହେଲେ ନିଆଁ ଲଗା ମେଘଟା କଣ ହେଉଛି । ମୋ ପାଟିରୁ ବାହାରି ଗଲା ଆମର ଏପଟେ ହେଲାଣି । ବୋଉ କହିଲା ତାହେଲେ ଇଆଡେ ଆସିବ ।

       କଣ କରିବି ଗୁହାଳଟା ଛପର ଟିକେ ଉଡି ଯାଇଛି ସଜାଡିନି ସାରୁ ବାରି ହଣା ହେଲେ ଟିକେ ଓଦା ହେଇଥାଆନ୍ତା । ସାରୁ ଖଣି ଖୋଳିବି ସବୁ ବରଷ ଭାବେ ମୋ ଝିଅ ପାଖକୁ ସାରୁ ଗଜା ଦେବି ତରକାରୀ କରି ଖାଇବ । ଦେଲେ କଣ ହେବ ଚୁଙ୍ଗୁଡି ମାଛ କି ଚୁଙ୍ଗୁଡି ଶୁଖୁଆରେ ଭଲ ଲାଗିବ । ତମେ ଆଇଁଷ ଖାଉନ ମାଛ ଗାଁ ରେ ଜନମ ହେଇ ମାଛ ଛାଡିଲୁ । ଏବେ ଖାଲି ବର୍ଷା ପାଣି ଗୋଳିଆ ହେଲେ ନଈରେ ମାଛ । କଙ୍କଡା 

ତୋ କଥା ମନେ ପଡେ । ମୁଁ ଏପଟରୁ କହିଲି ହେଲେ କହିଲୁ ବୋଉ ବାପାଙ୍କ ବର୍ଷିକିଆ କେବେ ପଡିବ ତିଥି ଦେଖି ବୁ ମୁଁ ପାଞି କିଣିନି ସଠିକ କହି ପାରିବିନି । ବୋଉ ପୁଣି ଫେରିଲା ତା ଦୁନିଆ କୁ ବାପା ବର୍ଷିକିଆ ଆର ମାସରେ ବାପା ଥିଲେ ମୋ ବାରି ଘର ରେ ପନିପରିବା ହାଉ ଯାଉ ।

      ଅବସର ନେଇ ଦିନେ ବସିନି ଘରେ ବାରି ଆଉ ଗାଈ ଗୁହାଳରେ ସବୁବେଳେ କାମ । ଏବେ କଖାରୁ, ଜହ୍ନି, ଭେଣ୍ଡି, କାକୁଡି, ମନ୍ଦା ଖୋଳା ହୋଇଥାଆନ୍ତା । ନେଉଟିଆ ମଞି ରଖିଛି ସାଗ ପଟୁଳି ପଡିବ ବୋଲି ।

   ତୋ ବାପା ନାହିଁ ସବୁ କରିବ କିଏ । ସଞ୍ଜ ହେଲେ ଚୂଲି ମୁଣ୍ଡରେ ବସି ଓଦା ଗୋଡକୁ ସେକୁ ଥିବ ବାରି କାମକୁ ଧାନ ତଳି କେମିତି ପଡିବ କହୁଥିବ । ଏତେ ଗପ ଭିତରେ ବୋଉ ମୋର ହଜିଗଲା ମୌସୁମୀ ଆସିବା ଶୁଣି । ଆଉ କଣ ପଚାରିବି ।

         ଶେଷରେ କହିଲା ଜ୍ୱାଇଁ ଦେହ ଭଲ ଅଛି । ତୁ ରଖ ଫୋନ ମୁଁ ଯାଉଛି ଘଷିଗଦା ଘୋଡାଇ ଦେବି ତମ ଆଡୁ ଆମ ଆଡକୁ ଆସିବ ବରଷା । ଘଷି ଗଦା ଓଦା ହେଇଯିବ । ତୋ ବାପା ଥିଲେ ଚିନ୍ତା ନଥିଲା ପୁଅଟା ଏକୁଟିଆ କଣ କରିବ । ପାଲଟା କୁ ଖୋଜେ । ସତରେ ଆଜ୍ଞା ମୌସୁମୀ ପାଇଁ କେତେ କଣ କବିତା ଗଳ୍ପ  ଲେଖା ଚାଲିଛି । ହେଲେ ଏ ମୌସୁମୀ । ମାଟିର ବାସ୍ନା ରେ ସାରା ଜୀବ ଜଗତ କୁ ଆନନ୍ଦିତ କରି ଦେଉଛି ।

         ଆଜି ମଧ୍ୟ ଗାଁ ରେ ଏ ପରିବେଶ ଆଉ ମୌସୁମୀ 

ଆସିଲା ବେଳକୁ ବୋଉର ବାରି ଘର ସଜଡା ଚାଲିଛି ।


Rate this content
Log in