ହେ ଦେବୀ ମାଆ
ହେ ଦେବୀ ମାଆ
1 min
182
ଶରତ ଆସିଲେ ହସ ଭରେ ଦେହେ
ଅଭିଶାପ କିବା ବରଦାନ
ରାଜକୁମାରର ପ୍ରେମରେ ପଡି ମୁଁ
ପ୍ରତିକ୍ଷାରେ ଥିଲି କନ୍ୟା ରତନ ।
ଅଳପ ଦିନର ଗଳପ ଜୀବନେ
ପ୍ରେମରେ ବିଚ୍ଛେଦ ମୋ ପାଇଁ ଥିଲା
ଶରତ ଆସିଲେ ମରତେ ଆସିବି
କାଶତଣ୍ଡୀ ନାମ କିଏ ମୋ ଦେଲା
ଦେବୀ ଆଗମନେ ମୋ ମନ ଚଞ୍ଚଳ
ମୋ ଦୁଃଖ ଜାଣିଛି ଦୂର୍ଗତୀ ମାଆ
ତା ପାଦ ପରଶେ ମୋ ଜୀବନ ଧନ୍ୟ
ଶରତର ଅନ୍ତେ ବୁଡିବ ନାଆଁ ।
