ବାହୁଡା ଯାତ୍ରା
ବାହୁଡା ଯାତ୍ରା
1 min
157
ଇଛା ଥିଲା ,ଯାଆନ୍ତି କି ରଥେ ଅଛି ଚକାଆଖି
ପଚାରନ୍ତି ଦୁଃଖ ସୁଖ ଦେଉ ଲୋକ ଦେଖି ।
ଗୁଣ୍ଡିଚାରୁ ବାହୁଡା ତୋ ଯାତରା ସରିଲା
ନ ଅଦିନ ଧରି ଦିନେ ତୋ ପାଖେ ନଗଲା।
ପାପୀ ଡାକେ ରାମ ପୁଣି ତପି ଡାକେ ରାମ
କେଉଁ ତାଲିକା ରେ ଜଗା ଅଛି ମୋର ନାମ ।
ଅନ୍ତର୍ଯ୍ୟାମୀ ଜାଣୁ ତୁହିଁ ଅନ୍ତର କଥାକୁ
ସତ କୁହ ଡାକିନି କି ଯିବି ତୋ ପାଖକୁ
ଶୁଣୁଛି ଲୋକେ କୁହନ୍ତି ଡୋରି ଲାଗେ ତୋର
ସେ ଡୋରିରେ ଅଛିକି ତୋ ଭେଦ ଭାବ ବିଚାର ।
ଭକତ ନୁହେଁ ବୋଲି ଭାବ କିବା ନାହିଁ
କିବା ରୋଷେ ଜଗାତୋର ଅବିଚାର ଏହି ।
ତୁ ସିନା ରାଜାଧୀରାଜା ମୁଁ ଛାର ତୋ ଦାସ
କିବା କଲି ଅପରାଧ କହ ପୀତବାସ ।
