STORYMIRROR

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ବର୍ଷା

ବର୍ଷା

1 min
369

ବର୍ଷା ମୋ ଗାଁ ର ରେ ଧାରା ଶ୍ରାବଣ ସଫଳା ଦାସ 

କଟକ 

ମୋ ଗାଁ ର ସଞ୍ଜ ଏହି ଧାରା ଶ୍ରାବଣ 

ରେ ଅଧା ଅନ୍ଧାର ଅଧା ଆଲୁଅ

ସଞ୍ଜୁଆ ଦୀପରେ ଚ ଉରା ମୂଳ

ଏମିତି ଦିକି ଦିକି କୁ 

ବୋଉର ଗାଳି 

ନିଆଁ ଲଗା ବରଷା 

ସବୁ ଓଦା ସଞ୍ଜ ଟିକେ ଦେଇ ହେଉନି 

ଛଣ ପାଳ ଖତ ହେବ 

ଗୋଡ ଦିଟା କାଦୁଅ ପଚର ପଚର 

ଚାଲିରେ ଖାଇଗଲାଣି 

ଡିବିରି ସଜାଡି ଦିଏ 

ଲଣ୍ଠଣ ରେ ତେଲ ଅଛି ତ।


ଘଷି ଦିଖଣ୍ଡ ଚୂଲିରେ 

ଦେଲାକୁ ଧୂଆଁ ରେ ଆଖି ଫୁଟି ଯାଉଛି 

ଲୁଗାକାନିକୁ ଚୂଲିରେ ସେକି 

ଡାକ ଛାଡିଲା ନୂଆବୋଉକୁ 

କୁଆଡେ ଗଲୁ ଦାସ ଝୁଅ 

ନାଲି ଚାହା ଟିକେ ଅଦା ଛେଚି

କଲୁ ଗୋଲ ମରିଚ ଦେବୁ ।


ମୁଢିଟା ଅଛି ନା ନାହିଁ 

ଏବେ ଆଉ ଭାଜି ହେବନି 

ଦେଉନୁ ଚାଉଳ ଗଣ୍ଡା ଭାଜି 

ଚାଉଳ ଭଜା କରିବି 

ଦାନ୍ତ ତ ଗଲାଣି 

ନହେଲେ ଛତୁଆ ଚୂରିକି 

ଖାଇବି ।


ପିଢାରେ କଖାରୁ ମାଡିଛି 

ମୂଳ ତ ପାଣିରେ ଭାସୁଛି 

ପଚିବ ଆଉ କଣ ହେବ 

 ଖଡା ମୂଳରେ ମୁଗ ଦେଇ 

ଡାଲମା କରେ 

ପରିବା ରେ ହାତ ମାରିହେବନି 

 ହେଇଲୋ ପୁଣି ଘଡଘଡି 

ରାତି ସାରା ଜାଳିବ

ଗଲା ସବୁ ଯିବ ଏବର୍ଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍