Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ନାନା ବାଇଆ ଗୀତ

ନାନା ବାଇଆ ଗୀତ

1 min
183



କିଚିରି ମିଚିରି ବାଇଚଡେଇ 

ତାଳ ଗଛେ ତାର ବସା 

ବିଲୁଆ କରୁଛି ମାଉଁସ ଝୋଳ 

ବିଲେଇ ନାନୀର ଓଷା ।


ଭଅଁର ଯାଇଛି ଫୁଲ ପାଇଁ କି

ହାତୀ ଆଣେ ଆମ୍ବ ଡାଳ 

ବାଘ ମାମୁଁ ପାଣି ଭାରନେଇ ଗଲା

ଆଣିବ ଝରଣା ଜଳ ।


ହନୁ ଅଜା କହେ ପୂଜା ମୁଁ କରିବି

 ଫଳ ମୂଳ ଆଣି ଆସି 

ଗଧ କହେସବୁ ବୋହିବି ସଭିଙ୍କୁ 

ଘୋଡା କହେ ଜଗି ଅଛି ।


କୋଇଲି କହୁଛି ଗାଇବି ପୁରାଣ 

ଆସିଲା ଧରମ ମାସ 

ଡାମରା କାଉଟା ମୁହଁ ଶୁଖେଇଲା 

କୁମ୍ଭୀର ର ଦେଖ ହସ ।


ବିଚରା ବିଲୁଆ ଲାଳ ଗଡାଇଲା 

ହନୁ ବସି ଗଲା ପୁଜାରେ 

ଧରମ ମାସଟା ପାଳନ କରିବା 

ଭାଇଳେଣି ପଡିଲା ବଣରେ ।


ଆମେ ତ ମଣିଷ ଦୂର୍ଲଭ ଜୀବନ 

ଜାଣି ବି ଅଜଣା ହେଉଛୁ 

କେତେ ପଶୁ ପକ୍ଷୀ ଜୀବନକୁ ନେଇ

ଆମ ପେଟ ପୂଜା କରୁଛୁ ।


Rate this content
Log in