STORYMIRROR

Prasanna Kumar Das

Abstract

5  

Prasanna Kumar Das

Abstract

ଡଙ୍ଗା

ଡଙ୍ଗା

1 min
483


ଭାସି ଭାସି ଯାଏ ଜୀବନର ଡଂଗା

ସଂସାର ସାଗର ଜଳେ ।

ଅଥଳ ଜଳଧି ଅମାପ ଗଭୀର

ଜଞ୍ଜାଳ ଲହରୀମାଳେ ।।


ଡଂଗା ଠେଲି ନିଏ ସମୟର ବାଆ

ଅଜଣା ଦିଗରେ କାହିଁ।

ଝାଞ୍ଜି ଝଡ ହିମ ଶୀତଳ ପବନ

ମଳୟର ରୂପ ନେଇ ।।


ନିର୍ମଳ ଗଗନେ ଘୋଟି ଆସେ କେବେ

ବିପତ୍ତିର ଘନ ଘୋର ।

କେବେ ସ୍ବର୍ଣ୍ଣଆଭା ଝଲକ ଝଟକି

ଢାଳେ ଅଂଶୁମାନ କର ।।


ହେଉ ଅନୁକୂଳ ବିପରୀତ ବେଳ

ଡଂଗା ନୋହେ କେବେ ସ୍ଥିର।

ବିନାଶୀ ଆବର୍ତ୍ତ କରାଳ ମୁଖରେ

ଗତି ନିତ୍ୟ ନିରନ୍ତର ।।


କ୍ଷେପଣୀ ବରଜି ଚାଲିଯାଏ ମାଝି

ଡ଼ଂଗା ବୁଡ଼ିବାର ବେଳେ।

କିଏ ଜାଣେ କେଉଁ ନୂଆ ରୂପ ନେଇ

ଆସି ଖେଳିବ ସେ କୁଳେ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract