STORYMIRROR

Prasanna Kumar Das

Inspirational

3  

Prasanna Kumar Das

Inspirational

ମାଆ

ମାଆ

1 min
153

ମାଆ ନାମ ଦି ଅକ୍ଷର ଆହା କି ମଧୁର

ମମତା ଅଗାଧ ସିନ୍ଧୁ ମୂରତ୍ତି ତ୍ୟାଗର

ମାଆ ଚଳନ୍ତି ଈଶ୍ବର

ଭାଗ୍ୟଵାନ ଭାଗ୍ୟଫଳେ ସେଵେ ତା ପୟର।


ଗର୍ଭ ଧାରଣ କାଳରୁ

ପାଳେ ଅତି ସ୍ନେହେ

ମରଣ କାଳେ ସନ୍ତାନ ରୂପ ଦେଖେ ମୋହେ

ଦେଖି ସନ୍ତାନର ମୁଖ

ଜୀଵନ ସାର୍ଥକ ମଣେ ଲଭେ ସ୍ବର୍ଗ ସୁଖ।


ଶବ୍ଦ ସାଗରେ ଖୋଜୁଛି ଶବ୍ଦର ମୁକୁତା

ଲେଖିବି ମାଆର ତ୍ୟାଗ ସ୍ନେହମୟୀ ଗାଥା

ଶବ୍ଦ ହୋଇଲେ ନିଃଶବ୍ଦ

ମାଆ ଶବ୍ଦ ପରିପୂର୍ଣ୍ଣ ଭାବମୟ ପଦ୍ୟ।


ସ୍ବଳ୍ପ ଶିକ୍ଷା ପାଇ ମାଆ ଦିଏ ଦିଵ୍ୟଜ୍ଞାନ

ଆଦିଗୁରୁ ସେ ଆମ୍ଭର ସୁଧାରେ ଜୀଵନ

ସୁଖୀ ହୁଅନ୍ତି ସନ୍ତାନ 

ଶ୍ରଦ୍ଧାରେ ସେଵିଲେ ପିତା ମାତାଙ୍କ ଚରଣ।


ମର୍ତ୍ତ୍ୟଲୋକେ ସ୍ବର୍ଗସୁଖଯଦି ଅଛି କାହିଁ

ଧ୍ୟାନରେ ନିରେଖ ଥରେ ମାଆ ପାଦେ ଯାଇ

ମର୍ତ୍ତ୍ଯର ବୈକୁଣ୍ଠ ସେହି

ସେବ ଜଗନ୍ନାଥ ମାତା ପିତା ଯାର ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational