Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଆସୁଛନ୍ତି ମହାକାଳି

ଆସୁଛନ୍ତି ମହାକାଳି

1 min
152


ଆସୁଛନ୍ତି ମହାକାଳି କରାଳ ଵଦନୀ

ଶ୍ୟାମଅଙ୍ଗୀ ଜଗତର ତମ ବିନାଶିନୀ l


ଚତୁର୍ଭୁଜା ଦୟାମୟୀ ବିପୁଳା ଦଶନୀ

ଚଉଦ ଭୁବନେ ପୂଜ୍ୟା ଜଗତ ଜନନୀ l


ସଙ୍କଟା ବିକଟା ମାତ ଦେବୀ ମହୋତ୍କଟା

ଲହ ଲହ ଜିହ୍ଵା ତାଙ୍କ ସିନ୍ଦୁରର ଚିତା l


ନୃମୁଣ୍ଡ ମାଳିନୀ ମାତା ହସ୍ତେ ଛିନ୍ନମୁଣ୍ଡ

ପାପୀଙ୍କି ସଂହାରୀ କରିଥାନ୍ତି ଲଣ୍ଡଭଣ୍ଡ l


ଉନ୍ମୁକ୍ତ ଜଘନା ଶିବାରୁଢ଼ା ଦିଗାମ୍ବରୀ

ଶ୍ମଶାନବାସିନୀ ପୀନୋସ୍ତନୀ ଭୟଙ୍କରୀ l


ବିକଟ ହାସିନୀ କଟିଦେଶେ ହସ୍ତ ମାଳା

କରୁଣାମୟୀ ମାଆ ସେ ସନ୍ତାନ ବତ୍ସଳା l


ଖଡ୍ଗ ଖର୍ପର ହସ୍ତରେ ତିନିନେତ୍ରେ ଜ୍ୟୋତି

ଭୟପ୍ରଦ ଦେବୀ ପାପିଜନେ ଦ୍ୟନ୍ତି ଭୀତି l


ମହାରୋୖଦ୍ରି ମୁକ୍ତକେଶୀ ଦକ୍ଷିଣ କାଳିକା

ଯୋଗ୍ନିଗଣ ସଙ୍ଗେ ମାତ ମନ୍ଦାରମାଳିକା l


ମହୀ ପ୍ରକମ୍ପିତ ହେବ କିଳି କିଳା ରବେ

ଚଣ୍ଡୀ ଚାମୁଣ୍ଡାଙ୍କୁ ଧରି ବୁଲୁଥାନ୍ତି ସଙ୍ଗେ l


ଚଉଦବ୍ରହ୍ମାଣ୍ଡେ ତା'ର ଅବାଧରେ ଗତି

କରୁଣାମୟୀ ଜନନୀ ଜୀବଙ୍କର ମୁକ୍ତି l


ଦୁଷ୍ଟସଂହାରଣେ ଦେବୀ ଅତୀବ କରାଳ

ଗଳେ ତା'ର ଲମ୍ବି ଥାଇ ନରମୁଣ୍ଡ ମାଳ l


କାର୍ତ୍ତିକ ଅମାବାସ୍ୟାରେ ତାଙ୍କ ଦିବ୍ୟପୂଜା

ଜଗତରେ ବାଜିଲାଣି ଆଗମନୀ ବାଜା l


ସିଦ୍ଧି ପ୍ରଦାୟିନୀ ପଦେ କରିବା ଦୟିନୀ

ଦୟା ରଖିଥିବେ ନମସ୍ତୁତେ ନାରାୟଣୀ l

             


Rate this content
Log in

Similar oriya poem from Inspirational