STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରୁକ୍ମିଣୀଙ୍କ ଅମ୍ବିକା ସ୍ତୁତି     

ରୁକ୍ମିଣୀଙ୍କ ଅମ୍ବିକା ସ୍ତୁତି     

1 min
0

       ରୁକ୍ମିଣୀଙ୍କ ଅମ୍ବିକା ସ୍ତୁତି     
         ============
ଜୟତୁ ଅମ୍ବିକାମାତ ପର୍ବତନନ୍ଦିନୀ l ଭିଷ୍ମକଦୁଲଣୀ ମାତ କରଇଦୟିନୀ l ଜଗତଜନନୀ ମାତ ଭକତବତ୍ସଳେ l କୃପାମୟୀ ମନସ୍କାମପୁରାଉସକଳେ l ଜୟତି,ଜୟତି ଜୟ ଜଗତ ଶରଣୀ l ଆରତମୋହର କିଏ ନବୁଝିବ ଜାଣି l ଚକ୍ରଧାରୀ କୃଷ୍ଣଙ୍କୁ ମୁଁ ମନେବରିଅଛି l ହୃଦୟପଦ୍ମରେ ମାତ ତାଙ୍କୁ ବସାଇଛି l
ତୁମ୍ଭରି ପାଦପଦ୍ମରେ ରଖିଅଛି, ଆଶ l ଭରସାକରିଛି ମାତ ନହେବି ନିରାଶ l ଶିଶୁପାଳହସ୍ତୁ ମାତେ କରିବୁ ଉଦ୍ଧାର l
ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମାତ ତୁହି କର ବର l
ଯଦି ଦୟାମୟପ୍ରଭୁ ନକରିବେ ଦୟା l ଜୀବନହାରିବି ମାତ ଛାଡ଼ି ସବୁମାୟା l କରୁଣାସାଗରୀ ମାତ ପୁରାଇବୁ ବାଞ୍ଛା l ଶୃଗାଳ ସିଂହ ଭାଗକୁ କରିଅଛି ଇଚ୍ଛା l
ଏ ସଙ୍କଟୁ ରକ୍ଷାକର ସଙ୍କଟ ତାରିଣୀ l ଦୟାକର ଅଳିକରେ ଭୀଷ୍ମକଦୁଲଣୀ l
              🙏🙏🙏
                  ଅର୍ଜୁନୀ
               ---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational