ମଧୁ ବାରିଷ୍ଟର
ମଧୁ ବାରିଷ୍ଟର
ଆଜିକାର ଏହି ଜନ୍ମ ବାର୍ଷିକୀରେ
ଘେନ କୋଟି ପ୍ରଣିପାତ
ଉତ୍କଳୀୟଙ୍କର ହୃଦେ ବସି ରହି
ଦେଉଥାଅ ମତାମତ।। 1
ଗଢିଲ ଉତ୍କଳ ସମ୍ମିଳନୀ ପରା
ମହାମନ୍ତ୍ର ଫୁଙ୍କି କାନେ
ଗୁଞ୍ଜରିତ ହେଲା ଜାତି ଜାତୀୟତା
ଓଡିଆଙ୍କ ପ୍ରାଣ ସ୍ପନ୍ଦନେ।। 2
ଧନ୍ଯ ମଧୁ ବାବୁ ଉତ୍କଳ ଗୌରବ
ଓଡ଼ିଆକୁ ଏକ କଲ
ପ୍ରାନ୍ତୀୟ ରାଜ୍ୟକୁ ଏକାଠି କରିଣ
ନବ ଉତ୍କଳ ଗଢିଲ।। 3
କ୍ଷୁଦ୍ର ଶିଳ୍ପ ଆଉ ଦେଶୀ ଉଦ୍ୟୋଗକୁ
ଦେଲ ଯେ ଅଗ୍ରାଧିକାର
ବେରୋଜଗାରୀକୁ କାମ ଧନ୍ଦା ଦେଲ
କାମ ପାଏ କାରୀଗର।। 0
