STORYMIRROR

Satyaprakash Sethy, M. A(UGC NET)

Romance

4  

Satyaprakash Sethy, M. A(UGC NET)

Romance

ଦୁର୍ବାଦଳ

ଦୁର୍ବାଦଳ

1 min
385


କଲେଜ ବେଳାର ବାନ୍ଧବୀ ମୋହର

ଦେଖିବାକୁ ଭାରି ଭଲ, 

ସେଦିନ ବେଣୀକୁ ଦୋହଲାଇ ପରା

କରୁଥିଲା କଲବଲ। ୦।

ମଲମଲ ପିନ୍ଧି ଚଟକି ରାଣୀ ମୋ

ଚାତର କରଇ ଭାରି, 

ଚହଟ ଚିକ୍କଣ ଚମ୍ପା ଗୋରୀ ମୋର

ସ୍ନୋହ ପାଉଡର ମାରି।

କୋଟିକରେ ଗୋଟେ ଲାବଣ୍ୟମୟୀ ସେ

ଯୁବାକାଳେ ଦୂର୍ବାଦଳ । ୧।

ଆଜି କିନ୍ତୁ ଦେଖେ ବିବର୍ଣ୍ଣ ଚେହେରା। 

ଉତ୍ତେଜନା ନାହିଁ ବାରେ, 

ଅସ୍ତବ୍ୟସ୍ତ ତା'ର କେଶ ଦେଶମାନ 

ବିଷର୍ଣ୍ଣତା ସର୍ବରୀରେ ।

ବୟସ ଆଧିକ୍ୟ ମେରୁ ଦଣ୍ଡ ବଙ୍କା

ପାଉନାହିଁ ଆଉ ବଳ। ୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance