ହସୁଛି ଫୁଲେଇ ବସନ୍ତ
ହସୁଛି ଫୁଲେଇ ବସନ୍ତ
ସଜେଇ ହେଉଛି ପତ୍ର ଝଡ଼ା ଗଛ
ବସନ୍ତର ଆଗମନେ
ସୁଲୁ ସୁଲୁ ବାଆ ବୋହିବାର ଦେଖି
କୋଇଲି ହସୁଛି ମନେ
ଆମ୍ବ ଗଛରେ ବଉଳର ସମ୍ଭାର
ବାସୁଅଛି ମହ ମହ
ହୃଦ ଖୋଲା ହସ ହସୁଛି ବସନ୍ତ
ତନ ମନ ବି ଅଥୟ
ଋତୁ ଚକ୍ର ଧାରା କ୍ରମେ ଅବ୍ୟାହତ
ଆସେ ଋତୁ ପରେ ଋତୁ
ଶୀତ ର ଅବଧି ହେବା ପରେ ଶେଷ
ବସନ୍ତ ରଙ୍ଗ ଆଣିଛି
ଆସିଛି ବସନ୍ତ ଫୁଲ ସବାରୀରେ
ଫୁଲେଇ କିନ୍ତୁ ସୁନ୍ଦରୀ
ହଳଦୀ ବସନ୍ତ ସହିତ କୋଇଲି
ମଳୟ ପବନ ଧରି
ବସନ୍ତ ଆସିବା ଇଶାରା କ୍ରମଶଃ
ସହଜରେ ଅନୁମେୟ
କୋଇଲି ସୁର ଲୟ ତାଳ ସହିତ
ମନରେ ଭାରି ଅଥୟ
ଆମ୍ବ ବଉଳର ମହ ମହ ବାସ
ଧିରେ ଧିରେ ମହକୁଛି
କଅଁଳିଆ ନୂଆ ପତ୍ର ଗଛ ଦେହେ
ନିଜେ ହଲି ହଲାଉଛି
ପ୍ରେମିକ ପ୍ରେମିକା ମନ ଛନ ଛନ
ଭାରୀ ଭାରୀ ଯଉବନ
ରଙ୍ଗ ବୋଳା ବୋଳି ହେବା ପାଇଁ ଅଙ୍ଗେ
ମନ ହେଉଛି ଉଚ୍ଛନ୍ନ
ପ୍ରେମର ପରଶ ଲଭିବାକୁ ଆଶା
ହେଉଅଛି ଉଜ୍ଜୀବିତ
ମଳୟ ପବନ ଅଙ୍ଗରେ ଲାଗୁଛି
ହୃଦ ହୁଏ ଉଲ୍ଲସିତ
ଶୃଙ୍ଗାର ରସରେ ପ୍ଲାବିତ ହୋଇଛି
ଋତୁରାଜ ସେ ବସନ୍ତ
ପ୍ରେମିକା ଛାତିରେ ମୁଣ୍ଡ ଗୁଞ
୍ଜିବାକୁ
ପ୍ରେମିକ ମନ ଉଦ୍ୟତ
ଫୁଲର ସମ୍ଭାର ଆଣିଛି ବସନ୍ତ
ଭିନ୍ନ ଭିନ୍ନ ଫୁଲ ରଙ୍ଗେ
ରଙ୍ଗାୟିତ ଅଛି ଧରଣୀ ର ବକ୍ଷ
ଉନ୍ମାଦନା ପ୍ରତି ଅଙ୍ଗେ
ପର୍ବ ପର୍ବାଣୀ ବି ବସନ୍ତ ଋତୁର
ରଙ୍ଗ ସହିତ ପାଳନ
ହୋଲି ଶ୍ରୀପଞ୍ଚମୀ ମୁଖ୍ୟ ଆକର୍ଷଣ
ପରିବେଶ ବି ରଙ୍ଗୀନ୍
ଧନ୍ୟ ହେ ବସନ୍ତ ସଜବାଜ ତୁମ
ଧନ୍ୟ ମନ ଉପବନ
ରଙ୍ଗ ଢ଼ଙ୍ଗ ତୁମ ସମ୍ପୂର୍ଣ୍ଣ ନିଆରା
ତୁମକୁ ଅଭିନନ୍ଦନ
ତୁମ ଆଗମନେ ସୁନ୍ଦରୀ ତରୁଣୀ
ଲାଗେ ଅଧିକ ସୁନ୍ଦର
ପରିବେଶ ଭାରି ମନ-ମତାଣିଆ
ବୁଝି ହେଉନି ହୁନ୍ଦର
ଋତୁରାଜ ନାମେ ମାନ୍ୟତା ରହିଛି
ରୂପ ରାଜ କନ୍ୟା ସମ
ସେ ରୂପ ବର୍ଣ୍ଣନା କିଏ ବା କରିବ
ରୂପ ତୁମ ଅନୁପମ
ଫୁଲେଇ ପ୍ରେମିକା କାହିଁକି କେଜାଣି
ଫୁଲେଇ ହେଉଛି ବେଶି
ତୁମ ଛୁଆଁ ପାଇ ଲାଜେଇ ଲାଜେଇ
ଅଳପ ଦେଉଛି ହସି
ଷୋଳ ଟି ବସନ୍ତ ଅତିକ୍ରମ କରି
ପୁଣି ହୁଏ ସଜବାଜ
ତୁମର ବାରତା ବୁଝିଲାଣି ବୋଧେ
ଅଧୁନା ଲାଗେ ସହଜ
ହେ ଫୁଲେଇ ସୁନ୍ଦରୀ ଷୋଳ ବୟସୀ
ବସନ୍ତ ଚାହିଁ ରହିଛି
ଫୁଲେଇ ବସନ୍ତ ତୋ ଫୁଲା ଗାଲରେ
ଦାଗ ଦେଖି ହସୁ ଅଛି ।