STORYMIRROR

Bidyadhar Mantry

Classics

4  

Bidyadhar Mantry

Classics

ନବଗୁଞ୍ଜର

ନବଗୁଞ୍ଜର

2 mins
3


ନବଗୁଞ୍ଜର ବୃତ୍ତାନ୍ତ, ରୋଚକ ପ୍ରାୟତଃ
ନିର୍ଦ୍ଦିଷ୍ଟ ପୁରାଣ ପୃଷ୍ଠା, କରିଛି ଚିତ୍ରିତ 
ସାରଳା ଦାସଙ୍କ କୃତ,ମହାଭାରତରେ
ନବଗୁଞ୍ଜର ଚରିତ୍ର, ସ୍ପଷ୍ଟ ସହଜରେ
ପାଣ୍ଡବ ମାନଙ୍କ ଚିନ୍ତା,ଚେତନା ସହିତ
କାହାଣୀରେ ଭିନ୍ନ ମୋଡ, ବର୍ଣ୍ଣିତ ପ୍ରାୟତଃ

ପାଞ୍ଚ ଭାଇ ମଧ୍ୟେ ଥିଲା ଏକ ନିୟମ ବା ସର୍ତ୍ତ 
ଉଲଂଘନ ହେଲେ ଶାସ୍ତି, ଏକା ଯୁକ୍ତିଯୁକ୍ତ
ଦ୍ରୌପଦୀ ସହିତ ଯିଏ,ଥିବ ଏକାନ୍ତରେ
ଅନ୍ୟ କାହାର ପ୍ରବେଶ,ନିଷେଧ ଆକାରେ
ପାଦୁକା ଥିଲେ ଦୁଆରେ,ସତର୍କ ସୂଚନା
ଜ୍ଞାତସାରରେ ପ୍ରବେଶ,ଦୋଷୀ ରୂପେ ଗଣା 
ବାରବର୍ଷ ବନବାସ,ସେ ଦୋଷ ର ଶାସ୍ତି
ସର୍ବ ସମ୍ମତି ସହିତ,ଥିଲା ସେଇ ନୀତି 
ବିଚରା ଅର୍ଜ୍ଜୁନ ପ୍ରତି,ଥିଲା ଅଘଟଣ
ସ୍ବାର୍ଥ ନଥାଇ ସହଜେ,ଦୋଷୀ ଭାବେ ମାନ୍ୟ
ଅନ୍ତଃପୁରେ ଯୁଧିଷ୍ଟିର ,ଦ୍ରୌପଦୀ ସହିତ
ସେ ସମୟେ ଅଭ୍ୟାଗତ ,ହେଲେ ଉପସ୍ଥିତ

ଦ୍ୱାର ଦେଶରେ ଅର୍ଜୁନ,ରହି ଥିଲେ ତହିଁ
ଅଭ୍ୟାଗତ ସେ ବ୍ରାହ୍ମଣ,କହିଲେ ତୁହାଇ 
ଯୁଧିଷ୍ଠିରଙ୍କୁ ତୁରନ୍ତ ,ଆସିବାକୁ କୁହ
ଅନ୍ୟଥା ତା ପରିଣତି,ହେବ ଭୟାବହ
ମଧୁପିଙ୍ଗଳ ବ୍ରାହ୍ମଣ , ଅତିଥି ସହଜେ
ସର୍ତ୍ତ ଭୁଲି ଅର୍ଜୁନଙ୍କ, ଅନ୍ତଃ ପୁରେ ବିଜେ
ଆଶ୍ଚର୍ଯ୍ୟ ସହିତ ପ୍ରଶ୍ନ, ଅର୍ଜ୍ଜୁନଙ୍କ ପ୍ରତି
ଉତ୍ତରରେ ଯୁଧିଷ୍ଟିର, ବିବ୍ରତ ସମ୍ପ୍ରତି
ବୈଶ୍ୱାନର ଅଗ୍ନି ସ୍ବୟଂ,ଶ୍ୱାନ ବେଶ ଧାରେ
ଦ୍ୱାରେ ଥିବା ପାଦୁକା କୁ, ରଖି ଥିଲା ଦୂରେ
ନିୟମ ପାଳନ ହେଲା,ସେଇ ମୁହୂର୍ତ୍ତରେ
ଅର୍ଜ୍ଜୁନଙ୍କ ବନବାସ,ବିଧି ନିର୍ଦ୍ଦେଶରେ

ବାର ବର୍ଷର ଅବଧି,ବନବାସ କାଳ 
ସଖା ଅର୍ଜୁନଙ୍କ ବିନା ,ଶ୍ରୀକୃଷ୍ଣ ବ୍ୟାକୁଳ
ସର୍ବଦର୍ଶୀ ସହଦେବ,କହିଲେ କାରଣ
ସ୍ବୟଂ ଅଗ୍ନି ଦେବ ଦ୍ୱାରା ,ଏହି ଅଘଟଣ
ଲୁଦୁବୁଦୁ ବ୍ୟାଧି ଦ୍ୱାରା ,ଯେଣୁ ସେ ପୀଡ଼ିତ
ଖାଣ୍ଡବ ବନ ଦହନ, ଏକା ମୁକ୍ତି ପଥ
ଶ୍ରୀକୃଷ୍ଣଙ୍କ ପ୍ରଶ୍ନ ଥିଲା,ସହଦେବ ପ୍ରତି
ଅଗ୍ନୀ ଦେବଙ୍କ କପଟ,କିମ୍ପା ଏତେ ଅତି
ସର୍ବଦର୍ଶୀ ସହଦେବ କହିଲେ ବୁଝାଇ
ଶ୍ୱେତରାଜାଙ୍କ ଯଜ୍ଞର, ଗୁପ୍ତ କଥା ଏହି 
ସହସ୍ର ମହଣ ଘୃତ, ଆହୁତି ବେଳରେ
ବୈଶ୍ୱାନର ଦ୍ଵାରା ଘୃତ, ଆହାର ଅଚିରେ

ଲୁଦୁବୁଦୁ ବ୍ୟାଧି ଯେଣୁ,ପର ମୁହୂର୍ତ୍ତ ରେ
ମୁକ୍ତିର ଔଷଧି ଜ୍ଞାତ,ଖାଣ୍ଡବ ବନରେ
ଇନ୍ଦ୍ର ଦେବଙ୍କୁ ଔଷଧି,ମାଗି ଥିଲେ ପୁଣି
ନିରାଶା ପରେ ଚକ୍ରାନ୍ତ,କ୍ରମେ ଏ କାହାଣୀ
ବଣରେ ରହି ଅର୍ଜ୍ଜୁନ,ଅଛନ୍ତି କିପରି
ଶ୍ରୀକୃଷ୍ଣ ମୁଖେ ଜିଜ୍ଞାସା,ଥିଲା ସର୍ବୋପରି
ସହଦେବ ଥିଲେ ଜ୍ଞାତ ଦିବ୍ୟଶକ୍ତି ବଳେ
ଜିଜ୍ଞାସା ଶୁଣି କୃଷ୍ଣଙ୍କ, ପ୍ରକାଶ କରିଲେ
ଶିବ ପାର୍ବତୀଙ୍କ ସହ, ହୋଇଛି ସାକ୍ଷାତ 
ବର ରୂପେ ଅସ୍ତ୍ର ପୁଣି , ହୋଇଛି ବି ପ୍ରାପ୍ତ
ଅକ୍ଷୟ ତୂଣୀର ସାଥେ,ପାଶୁପତ ଅସ୍ତ୍ର
ନିର୍ଭୟରେ ବନ ମଧ୍ୟେ,ପାର୍ଥ ସୁରକ୍ଷିତ

କାହାଣୀ ଶୁଣି ଶ୍ରୀକୃଷ୍ଣ ,ସହଜେ ଚିନ୍ତିତ
ସଖାଙ୍କୁ ଭେଟିବା ଚିନ୍ତା,ହୃଦୟେ ଜଡ଼ିତ
ଚକିତ ହେବାକୁ ସଖା, ଚିନ୍ତିଲେ ଉପାୟ 
ଭିନ୍ନ ରୂପେ ଭେଟିବାକୁ,ହୃଦୟେ ନିର୍ଣ୍ଣୟ
ବିଚିତ୍ର ବେଶ ଧାରଣ,ଚିନ୍ତି ହୃଦୟରେ
ନଅ ଗୋଟି ଶରୀରର, ସମାହାର ଧାରେ
କୁକ୍କୁଟ ର ମୁଣ୍ଡ ଥାଇ ଚୂଳ ବୃଷଭ ର 
ମୟୂରର କଣ୍ଠ କିନ୍ତୁ,ଲାଞ୍ଜ ତା ସର୍ପର
ତିନୋଟି ପାଦ ସହଜେ,ପଶୁ ଆକୃତିର
ବାଘ,ଘୋଡ଼ା, ହାତୀ ସମ, ପାଦର ଆକାର
ଆଗ ପାଦ ଥିଲା ଏକ ମନୁଷ୍ୟର ହାତ
ସେ ହାତରେ ପଦ୍ମଫୁଲ,ପୁଣି ପ୍ରସ୍ଫୁଟିତ

ନବଗୁଞ୍ଜର’ ବେଶରେ ,ଦେଖି ସେ' ଅର୍ଜ୍ଜୁନ 
ବିଚିତ୍ର ଜୀବକୁ ଆପେ,କଲେ ନିରୀକ୍ଷଣ
ଅସାଧାରଣ ଏ ଜୀବ , ନିଶ୍ଚିତ ଭାବରେ 
ଏହା ଏକ ମାୟା-ରୂପ ,ଭାବିଲେ ହୃଦରେ
ପ୍ରକୃତ ରୂପ ଦର୍ଶନ,ଆଶାରେ ଅର୍ଜ୍ଜୁନ 
ପ୍ରଣାମ ପୂର୍ବକ ପୁଣି, କଲେ ସ୍ତୁତି ଗାନ 
ପ୍ରିୟସଖା ଅର୍ଜ୍ଜୁନର, ସ୍ତୁତି ଶୁଣି ଧୀରେ 
ପ୍ରକଟ ହେଲେ ଶ୍ରୀକୃଷ୍ଣ,ଆପେ ସ୍ୱରୂପରେ
ଦୁଇ ସଖାଙ୍କ ମିଳନ,ପୁଣି ଏକାନ୍ତରେ
ଥିଲା ଖୁସିର ମୁହୁର୍ତ୍ତ, ଉଭୟ ହୃଦରେ
ନବଗୁଞ୍ଜର ରୂପର, ଆକ୍ଷରିକ ଅର୍ଥ
ଅର୍ଜ୍ଜୁନ ମୁଖରେ କ୍ରମେ, ହେଲା ଉଦ୍ଭାସିତ

ଜୀବଜନ୍ତୁଙ୍କ ମେଳରେ, ମନୁଷ୍ୟ ଜୀବନ
ପରସ୍ପର ମିଳିମିଶି, ରହିବା ବିଧାନ
ନିଗୂଢ଼ ରହସ୍ୟ ପୁଣି, ରହିଛି ଜଡ଼ିତ
କବି କଳ୍ପନାରେ ଅବା,ଦାର୍ଶନିକ ତତ୍ତ୍ଵ
ନବ ଗୁଞ୍ଜର ସହଜେ,ମଣିଷ ପ୍ରକୃତି
ସ୍ଥିତି ଦେଖି ବେଶ ତାର,ପୁଣି ମତି ଗତି 
ନବଗୁଞ୍ଜର ପ୍ରାୟତଃ,ରହସ୍ୟ ଘେରରେ
ବିଚିତ୍ର ରୂପ ଯେପରି, ତତ୍ତ୍ଵ ସେ ପ୍ରକାରେ


Rate this content
Log in

Similar oriya poem from Classics