Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics Inspirational Others

5  

Chittaranjan Nanda

Classics Inspirational Others

ଦିନେ ଧରାରେ ଶୁଦ୍ଧତା ଆସିବ

ଦିନେ ଧରାରେ ଶୁଦ୍ଧତା ଆସିବ

2 mins
451



ଆମରି ଐତିହ୍ୟ, ଭାଇଚାରା ପର୍ବ, ଦୀପାବଳି 

ଆଲୋକ ମାଳାରେ,

ଐଶାନ ଦେବତା ଆଶିଷ ଢ଼ାଳଥାଆନ୍ତି, ଆମ 

ବଡ ବଡିଆ ଡାକରେ |୧|


ଚଉଦ ବରଷ, ବନବାସ ଶେଷେ,ଏଇ ଦିନର 

କାର୍ତ୍ତିକ ଅମାବାସ୍ୟାରେ,

ରାମଙ୍କୁ ସମ୍ଭାଷଣ କରିଥିଲେ ଦୀପଜାଳି ନଗର 

ପୁରପଲ୍ଲୀର ଦ୍ୱାରେ ଦ୍ୱାରେ |୨|


ଅନ୍ଧାରରେ ଡାକି, ପିଣ୍ଡ ଢାଳୁ ଅଛେ ଆଲୁଅ ଦୀପ

କୁ ଆମେ ଜାଳୁଛେ,

ଦୀପାବଳି ଦିନରେ କଲ୍ୟାଣ କରିବେ ଆମରି ବଂଶ

କୁ, ଜାଣିଅଛେ |୩|


ସଂସ୍କୃତ ଶ୍ଲୋକ "ଅସୋତମା ସଦ୍ ଗମୟ ତମୋସେମା 

ର୍ଜ୍ୟୋଗମୟ,

ମୃର୍ତ୍ୟୋମା ଅମୃତ ଗମୟ" ବାଣୀ ଉଲ୍ଲାସରେ ହୁଅଇ

ସର୍ବମୟ |୪|


ଇର୍ଷା ଓ କପଟ ଜଳାଇ ତା' ସାଥିରେ ଭାଇ

ଚାରାକୁ ବାଣ୍ଟିଦେବା,

ଜାତି, ଧର୍ମ ଓ ବର୍ଣ୍ଣ ଭେଦର ବୈଷମ୍ୟତା ସବୁକୁ

ହଟାଇ ଦେବା |୫|


ଦୀପାବଳି ସନ୍ଧ୍ୟା ଭାଇଚାରା ବୃଦ୍ଧି କରିଥାଏ

 ବୋଲି ସର୍ବତ୍ର ଆଦୃତ,

ଦୀପର ଶିଖାରେ, 'ସବୁଜ ବାଣ' ଫୁଟାଇବାରେ 

ଧରା ହୁଏ ପ୍ରଦୂଷଣମୁକ୍ତ |୬|


"ମୁଁ" ରୂପୀ ତମସାରେ ଏବେ ଆତ୍ମ ଗରବେ 

ସର୍ବେ ହୋଇଛେ ଲିପ୍ତ,

ଅହଂ ରୂପ ଭରିଛି, ଧରାକୁ ସରା ନମଣି ମାନବ 

ହୁଅଇ ମଦମତ୍ତ |୭|


ମଣିଷପଣିଆ ଲୋପ ପାଇଅଛି, ମଣିଷ ହୁଅଇ 

ଏବେ ପଶୁଠୁ ହୀନ,

ମନେ ଭାବୁଅଛେ, ଆସିବେ ମହାକାଳୀ ଦୂରାଚାରୀଙ୍କୁ 

କରିବେ ଛିହ୍ନ |୮|


ଘିଅକୁ ଢାଳୁଅଛେ, ଜଳି ଜଳି ଯାଏ, କାହିଁ ଦେଖୁନି 

ମହାକାଳୀଙ୍କୁ

ଆତସବାଜି ହୁଏ ଘରେ ଘରେ, ଛାଡୁନେ ଅହଂକାର

ରୁପୀ ଅନ୍ଧକାରକୁ |୯|


ଧନୀର ପ୍ରାସାଦରେ କେତେ ଆତସବାଜି ହୁଏ ଗରିବ 

ଝୁମ୍ପୁଡିରୁ ଦେଖଇ,

ଦୀପାବଳି ଅନୁଚିନ୍ତାର ଦିନ, ସ୍ୱଭାବରେ ପରିବର୍ତ୍ତନ 

କୁହ କାହିଁ? |୧୦|


ବୁଝାମଣା ହୀନ ଅଶାନ୍ତରେ ହୃଦୟ, ରହେ ମନୁଷ୍ୟ 

ଲୁହଭରା ଦୁଃଖରେ,

ଛାଇ ପଡିଲେ ଛୁଆଁ ହୁଏ, ମଣିଷଙ୍କୁ ମନୁଷ୍ୟ ଛୁଇଁ, 

ଜାତି କି ନେଇରେ |୧୧|


ବଢିଆ ଧୋକାର ଶୀକାର ହୋଇଣ, ଘାରି ହୁଅନ୍ତି 

ସର୍ବସାଧାରଣ,

ଧର୍ମକୁ ନେଇ, ହଣା କଟା, ମାଡ ଓ ଦ୍ବନ୍ଦ ଘଟୁ ଅଛି 

ଦେଖ ପ୍ରତିକ୍ଷଣ |୧୨|


ପ୍ରତିକ୍ଷଣେ ନାରୀ ସମ୍ମୁଖୀନ ହୁଏ ସବଳ ଦ୍ୱାରା 

ଘୃଣ୍ୟ ବଳାତ୍କାରର 

ହାୟରେ ସମାଜ, ଶୀକାର କାହା କର୍ଣ୍ଣେ ବାଜେ 

ନାହିଁ ଧର୍ଷଣର ଚିତ୍କାର |୧୩|


ଧନ, ସମ୍ପତ୍ତି ପାଇଁ ସମ୍ମୁଖୀନ ହୁଏ ନାରୀ, ଯୌତୁକ 

ଜନିତ ଅତ୍ୟାଚାରର,

ପାରିବାରିକ ନିର୍ଯାତନା ଓ ଅନ୍ୟାନ୍ୟ ସରବ ପ୍ରକାର

ଘୃଣ୍ୟ ଅତ୍ୟାଚାରର |୧୪|


ସମାଜରେ ପ୍ରତିଷ୍ଠିତ ଥିବା ଆଇନ ଓ ଶାସନ ମନେ

ହୁଏ ମୂଲ୍ୟହୀନ,

ପାଇଅଛୁ ସ୍ଵାଧୀନତା, ସ୍ବପ୍ନ ଦେଖୁଅଛେ ଏ ଧରାରେ 

ଆସିବ ପରିବର୍ତ୍ତନ |୧୫|


ଅତୀତ ସ୍ମୃତି, କେଡେ ମଧୁର ଥିଲା କିଏ ସେ ତାକୁ

ଚୋରେଇ ନେଲା ?

ଦୀପାବଳି ପର୍ବରେ ଆଲୁଅର ଦିନେ ଫେରେଇ ଦିଅ 

ଯାହା ସବୁ ଥିଲା |୧୬|


ଆଜି ଦୀପାବଳି ଦିନରେ ହୃଦୟରେ ଧରି ଏସବୁ 

ଆଘାତ ଦାଗକୁ,

ମନର ନିଭୃତ କୋଣେ ଚାହିଁଛି ଜନତା, କିଏ ସେ

ହଟେଇବେ ଅନ୍ୟାୟକୁ |୧୭|


ଆଶା ରହିଛି, ରାଗ, ହିଂସା, ଘୃଣା ର ପ୍ରତିବନ୍ଧକ ଦିନେ 

ନା ଦିନେ ଚାଲି ଯିବ, 

ତିମିର ହଟି ନିଶ୍ଚିତ ଦିନେ ନା ଦିନେ ତ ଏଇ ଧରାରେ ଶୁଦ୍ଧ, 

ବାୟୁ, ଜଳ ମିଳିବ |୧୮||


ମନଷ୍ୟର ମାନବିକତା ଗୁଣ, ସ୍ଵାଭିମାନ ପ୍ରାଣ 

ଦିନେ ତ ଜାଗି ଉଠିବ,

ଚତୁଃପାର୍ଶ୍ଵରେ ଦୁର୍ନୀତି ରାକ୍ଷସ କବଳରୁ ସମାଜ, 

ମୁକ୍ତି ହିଁ ମୁକ୍ତି ହୋଇବ |୧୯|


ଦୀପାବଳି ଶୁଭେଚ୍ଛା

ଶୁଭ ଦୀପାବଳି ଓ ଧନତେରସ ର ଶୁଭେଚ୍ଛା ll


Rate this content
Log in

Similar oriya poem from Classics