STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଧର୍ମ ଓ ଧାର୍ମିକର ଚିନ୍ତନ

ଧର୍ମ ଓ ଧାର୍ମିକର ଚିନ୍ତନ

1 min
173

*****************

ଧର୍ମ ଓ ଧାର୍ମିକର ଚିନ୍ତନ

*****************

ସଜୀବ ନିର୍ଜୀବ ଭିନ୍ନତା ଭିତରେ ଏକତା 

ଆମ ଭାରତବର୍ଷ ପରା,

କିଏ ସେ ବାଟରୁ ଅବାଟେ ନେଇ ଭରିଲା 

ପ୍ରତାରଣାର ଧାରା


ଆଜି ଦୁହିତା ଭଗିନୀ ଜାୟା ବା ଜନନୀ 

ହୁଏ ଅସହାୟା ନାରୀ,

ନିରାଶା ଜୁଇରେ ଜଳେ ଅତ୍ୟାଚାରିତା ସେ 

ତାର ତୁଟିଲାଣି ଶିରୀ


ମଣିଷ ହୁଏ କଲ ବଲ ହତାଶରେ ଏବେ 

କଟଇ ତା' ଜୀବନ

ଭାଙ୍ଗିଦେଲା କ୍ଷଣେ ଭରସା କୁଟୀର ସମୟଟା 

ସତେ କଲା ହୀନିମାନ


ବିନ୍ଦୁ ବିନ୍ଦୁ ଆତ୍ମୀୟତା ମିଠା ମିଠା ଗୀତି ସିଞ୍ଚି 

ଗଢିଅଛେ ଜୀବନ,

ଆକ୍ରୋଶର ଆକ୍ରମଣେ ଡୁବିଯାଏ ସ୍ନେହ ପ୍ରେମ 

ଶାନ୍ତି ଡୋରର ସପନ


ଲୋଭ, ମୋହ, ମାୟା, ହିଂସା ବିଦୂରିତ ସଂଘର୍ଷ

ର ଗୀତ ଗାଉଛି,

ପ୍ରତାରଣା ଦୁଃଖ ପାପ ରଙ୍ଗ ବଜାରରେ ଏଠି ଶବ 

ଖାଲି ଝୁଲୁଛି


ପରୋପକାରାୟ ସ୍ୱର୍ଗାୟ ପୁଣ୍ୟମୟ ବ୍ରତ ପାଳନ

ରେ ନାହିଁ ମତି,

କେବଳ ମିଛ ପ୍ରତାରଣା, ଭାଷଣ ପ୍ରବର, ଘୃଣା,

ନାହିଁ ଦେଶପ୍ରୀତି


ମାନବ ଜୀବନେ ମହତ ଦୃଷ୍ଟିଭଙ୍ଗୀ ସାହିତ୍ୟିକ

ଆମେ ଦେଲେ ଢାଳି

ଶାନ୍ତିପ୍ରଦାୟିନୀ ଦୁର୍ଗାମାର ସେବକ ବୋଲାଇବା

ଦେବା ପ୍ରକୃତ ପୁଷ୍ପାଞ୍ଜଳୀ 


ମଙ୍ଗଳ କାରିଣୀ ମା' ଦୁର୍ଗତି ନାଶିନୀ ନାମେ 

ଶତୃତା ଭୁଲି ଯାଇ,

ତୋଳି ଦେବା ମଣିଷ ପ୍ରେମର ସଂଗୀତ ଆପଣାର

ପଣ ହୃଦୟ ଥରାଇ 

*****************

ଚିତ୍ତ ରଞ୍ଜନ ନନ୍ଦ

ଆଡଭୋକେଟ 

ଓଡିଶା ହାଇକୋର୍ଟ

ଜଗତପୁର, କଟକ

7609941715

*****************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action