STORYMIRROR

pranati Mahapatra

Action Inspirational

4  

pranati Mahapatra

Action Inspirational

ରାସ୍ତା କଡେ ମୁଁ ଗରିବ

ରାସ୍ତା କଡେ ମୁଁ ଗରିବ

1 min
329

ରାସ୍ତା କଡେ ପୁଣି ପ୍ଲାଟଫର୍ମରେ ବିତେ

ଜୀବନ ଗରିବ ହୋଇ,

ତ୍ରିତଳ ପ୍ରାସାଦ ଲୋଭ ସିନା ନାହିଁ ମୋର

ମୁଣ୍ଡ ପରେ ଖୋଜେ ଟିକିଏ ଛାଇ।


ଜନ୍ମରୁ ଜନ୍ମିଲି ବିଧାତା ଆଦେଶେ

ଗରିବ ମୁକୁଟ ପିନ୍ଧି,

ଭାଗ୍ୟକୁ ଆଦରି କର୍ମକୁ ଭୋଗଇ

ପାରେନା କାହାକୁ ନିନ୍ଦି।


ଲାଜ ଢାଙ୍କିବାକୁ କନା ଖଣ୍ଡେ ଲୋଡା

ପେଟକୁ ଦିମୁଠା ଭାତ,

ପିଲାଛୁଆ ଗଛ ମୂଳରେ ନ ବସି

ନ ପତାନ୍ତୁ କାହା ପାଖରେ ହାତ।


ଗରିବଟେ ହେଲି କାମ ଖୋଜି ଖୋଜି

ହେଲି ସଭିଙ୍କ ଶିକାର,

ଦାଦନ ଖଟିଲି ବିଦେଶରେ ଯାଇ

ଗଣ୍ଡେ ଖାଇବାକୁ କଲି ଚିତ୍କାର।


ଗରିବର ଡାକ କାହାକୁ ଶୁଭେନା

ଗରିବ ସଦା ଗରିବ

କାମ ନ ପାଇଲେ ଯେତେ ବି ଯୋଜନା

ସବୁ ଫସର ଫାଟିବ।


ପଣସ ଖାଇ କେ ଗରିବର ମୁଣ୍ଡେ

ଅଠା ସବୁ ବୋଳି ଦିଏ,

ଅଠାକୁ ଛଡେଇ ହେଲି ମୁଁ ଭିକାରୀ

ରାସ୍ତା କଡେ ନିତି ଶୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action