STORYMIRROR

pranati Mahapatra

Inspirational Others Children

3  

pranati Mahapatra

Inspirational Others Children

ସଦା ନମସ୍ୟ

ସଦା ନମସ୍ୟ

1 min
172


ଆମ ଏ ଉତ୍କଳ ରତ୍ନଗର୍ଭା ପରା

ଯୁଗେ ଯୁଗେ ବନ୍ଦନୀୟା,

ଜନମ ଦେଇଛି କେତେ ବୀର ସୁର

ଧନ୍ୟ ମୋ ଉତ୍କଳ ମାଆ।


ଐତିହ୍ୟ ସଂସ୍କୃତି କଳା ନୈପୁଣ୍ୟର

ପ୍ରମାଣ ସୂର୍ଯ୍ୟ ମନ୍ଦିର,

ବଡ଼ ଦେଉଳରେ ଷାଠିଏ ପଉଟି 

ଭୁଞ୍ଜନ୍ତି ବଡ଼ଠାକୁର।


ଆମ ଏ ଉତ୍କଳେ ଭାଇଚାରା ଦୃଶ୍ୟ

ନାହିଁ ତ କେଉଁଠି ପରା,

ପାଇକ ପୁଅର ଲଢୁଆ ପଣ 

ହଇଚଇ କଲା ଧରା।


ଭାଷାର ଉନ୍ନତି ଭାଷାର ଜନକ

ରଖିଥିଲେ ସ୍ଵାଭିମାନ,

ଉତ୍କଳ ଗୌରବ ଗରୀବର ବନ୍ଧୁ

ଲଢି ସ୍ଵତନ୍ତ୍ରତା ମାନ।


ମୋ ଉତ୍କଳ ମାଟି,ମୋ ମାଆ, ମୋ ଭାଷା

ସଦା ନମସ୍ୟ ମୋହର,

ବନ୍ଦେ ଉତ୍କଳ ଜନନୀ ବନ୍ଦେ

ତୋ ପଦେ ବାରମ୍ବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational