STORYMIRROR

pranati Mahapatra

Children

3  

pranati Mahapatra

Children

ପ୍ରଣାମ ସହୀଦ

ପ୍ରଣାମ ସହୀଦ

1 min
247

ବନ୍ଦେ ଉତ୍କଳ ଜନନୀ ବନ୍ଦେ

 ବନ୍ଦେ ବୀର ଯବାନ,

କୋଟି ସଲାମ ହେ ବୀର ସଇନ

 ତୁମ ବୀର ତ ମହାନ।

ଭାରତୀ ସନ୍ତାନ ଏହି ଭାରତର

 ଟେକ ରଖ ଦେଇ ଲହୁ,

ବୀର ପ୍ରସବିନୀ ମୋ ଭାରତ ଭୂଇଁ

 ତା'ପରି ନାହିଁ କେ ଆଉ।


ସାହସ, ଶାନ୍ତି, ମୈତ୍ରୀ ପ୍ରୀତିର

 ଉଦାହରଣ ଭାରତ,

ଜୟୀ ରାଜଗୁରୁ, ଭଗତ,ବାଜିଆ

 ଧରମା ବାଜିରାଉତ।

ଦେଶପ୍ରେମ ଆଉ ତ୍ୟାଗ ନିଦର୍ଶନ

ଗାଉଛି ସାରା ଜଗତ,

ଜୟ ମୋ ଉତ୍କଳ ଜୟ ମାଟି ମାଆ

 ଶ୍ରେଷ୍ଠ ଅଟେ ମୋ ଭାରତ।

କେତେ ବୀରାନାରୀ ବଳିଦାନ ଦେଇ

 ରହିଲେ ହୋଇ ଅମର,

ଦେଶର ସୁରକ୍ଷା କଲ ବୀରପୁତ୍ର

    ତୁମେ ଭାରତ ମାଆର।

ଭୁଲି ଘରଦ୍ୱାର, ପିଲା ପରିବାର

 ରଖିଲ ଭାରତ ଟେକ,

କହିଲ ଗରବେ ମୋ ଭାରତ ଜୟ

 ଦେଖରେ ଜଗତ ଦେଖ।


ତ୍ରିରଙ୍ଗାର ଜୟଗାନ କରି କରି

 ତ୍ରିରଙ୍ଗାରେ ଗଲ ଶୋଇ,

ବନ୍ଦେ ଉତ୍କଳ ଜନନୀ ଭାରତ

  ବନ୍ଦେ ମୋ ବୀର ଭୂଇଁ।

ସଲାମ ସହୀଦ ସହୀଦ ସଲାମ

  ଗାଆନ୍ତି ଭଉଣୀ ଭାଇ,

ହେ ବୀର ସହୀଦ ରହିଲ ଅମର

 ଝୁରେ ଏ ଭାରତ ଭୂଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children