STORYMIRROR

pranati Mahapatra

Abstract

4  

pranati Mahapatra

Abstract

ହେଲାଣି ସକାଳ

ହେଲାଣି ସକାଳ

1 min
247


ଶୁଭିଲାଣି ଘଣ୍ଟଘଣ୍ଟା ମନ୍ଦିରରେ

  ପହୁଡ଼ ଫିଟି ଗଲାଣି,

ଉଠିପଡ଼ ସର୍ବେ ନ କରିଣ ହେଳା

    କାକ ପିକ ଡାକିଲେଣି।


ଶଯ୍ୟା କରି ତ୍ୟାଗ କରକୁ ଦର୍ଶନ

   ଧରଣୀକୁ ପ୍ରଣିପାତ,

ତୁଳସୀ ପ୍ରଣାମ ଇଷ୍ଟଦେବ ପୁଣି

   ପିତାମାତା ପଦେ ମଥାନତ।


ସୌଚ ହୋଇ ମୁକ୍ତ ପବନେ ଘେରାଏ

   ବୁଲିଆସ ଯେ ବାହାରେ,

ଯୋଗ ପ୍ରାଣାୟମ କରିଦେଲେ ଟିକେ

   ସୁସ୍ଥେ ରହିବା ଶାନ୍ତିରେ।


ଗୁରୁ ଗୁରୁଜନ କଥାକୁ ସମ୍ମାନ

  ଶୁଣି ଭଲପିଲା ହେବା,

ସତ୍ୟପଥେ ଯାଇ ବିଭୁ ନାମ ଧ୍ୟାୟୀ

   ଦେଶର ଟେକ ରଖିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract