STORYMIRROR

pranati Mahapatra

Action

4  

pranati Mahapatra

Action

ନଈରେ ପ୍ରଖର ସ୍ରୋତ

ନଈରେ ପ୍ରଖର ସ୍ରୋତ

1 min
205


ନଈରେ ଆଜି ପ୍ରଖର ସ୍ରୋତ,

ସୁଅ ମୁହଁରେ ସମସ୍ତେ ଧାବମାନ

ଇଛାରେ ନୁହେଁ ଅନିଛାରେ ବି ନୁହେଁ

ସୁଅ ଜୋର କରି ନେଇ ଯାଉଛି

ଅବସ୍ଥା ତ ଅସମ୍ଭାଳ ନିଶ୍ଚୟ

ଯେତେ ଯାହା କଲେ ବି

ନିସ୍ତାର ନାହିଁ

ବିଚରା ବିଧବା ଅସହାୟ ମାଆର

ଏକମାତ୍ର କୂଳରକ୍ଷକଟି ଆଜି

ଘରର ମୁଖ୍ୟ କବାଟ ଧରି

ଘାଇ ମୁହଁରେ ବନ୍ଧ ବାନ୍ଧିବାକୁ

ସ୍ରୋତ ମୁହଁରୁ ବଞ୍ଚାଇବାକୁ

ନୂତନ ସୂର୍ଯ୍ୟ ଦେଖେଇବାକୁ

ବାଜି ଲଗେଇ ଦେଇଛି ନିଜକୁ।

ଯେମିତି ଗୁଳି ଖାଇଥିଲା ବାଜିଆ

ଯେମିତି ବଳୀଦାନ ଦେଇଥିଲା ଧରମା

ଯେମିତି ଆଜି ଘାଇ ମୁହଁରେ ବିଧବା ମାଆର ଭବିଷ୍ୟତ ବଂଶଧର।

ହେଲେ ହାୟ

କିଏ ବା ବୁଝିଛି ନା ବୁଝିବ

କାହିଁକି ନା ନଈରେ ପରା ପ୍ରଖର ସ୍ରୋତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action