STORYMIRROR

pranati Mahapatra

Inspirational

4  

pranati Mahapatra

Inspirational

ନିରବ ସମୀକ୍ଷା

ନିରବ ସମୀକ୍ଷା

1 min
161


ମାଟି ସାଥେ ଯେବେ ମାଟି ହୁଏ ଚାଷୀ

  ମାଟି ବୁଝିପାରେ ଚାଷୀର ବ୍ୟଥା,

ମାଟିମନସ୍କ ସେ ବନ୍ଧୁର ଅନ୍ତର 

  ବୁଝି ମାଟି ହୁଏ ତା ସାଥେ କଥା

ମାଟି ହସିଦିଏ ହଲାଇ ମଥା

ଅଜାଡି ଦିଅଇ ସୁନାର ଫସଲ

  ଚାଷୀ ଚାହିଁଥାଏ ଯେମିତି ଯଥା।


ଅକ୍ଷରକୁ ଯୋଡି ଶବ୍ଦ ସୃଷ୍ଟି କରି

  ହୋଇଯାଏ ନାହିଁ କେ ମହାକବି,

ଭାଷା ପ୍ରୀତି ଯଦି ନ ଥାଏ ଅନ୍ତରେ

  କି ଲାଭ ତ କୁହ ଶବ୍ଦକୁ ଭାବି,

ଖାଲି କ୍ଲିଷ୍ଟ ଆଉ ବିଚିତ୍ର ଶବ୍ଦେ

ଚହଟ ଚିକ୍କଣ ରୂପର ମୋହରେ

  ଭାବ, ରସ ବିନା କିଆଁ ଲୋଡିବି।


ଶାଗ ପଖାଳରେ ତୃପ୍ତ ଯହିଁ ପ୍ରାଣ

  ତ୍ରିତଳ ପ୍ରାସାଦ ନଥାଏ ଆଶା,

ପଣତ କାନିରେ ଅମୃତ ଯେଉଁଠି

 ପାଟଲୁଗା ଠାରେ ନାହିଁ ଭରସା,

ଅଭିନୟ ଛଳନା ଯେ ପରଷା

ଆଦର ନ ଥିଲେ ସେନେହ ନ ଥିଲେ

  ଭୋଜନ ଯେ ଲୋକହସା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational