STORYMIRROR

pranati Mahapatra

Abstract Others

4  

pranati Mahapatra

Abstract Others

ଗରିମାମୟ ଉତ୍କଳ

ଗରିମାମୟ ଉତ୍କଳ

1 min
336


ଉତ୍କଳେ ଉତ୍କଳ ସ୍ଵତନ୍ତ୍ରତା ପାଇଁ

ଉତ୍କଳ ସନ୍ତାନ ଆସିଲେ ଧାଇଁ,

 ଭାଷା ଭିତ୍ତିକ ରାଜ୍ୟ ଗଠନରେ

ଓଡିଶା ପ୍ରଥମ ଜାଣ ଯେ ଭାଇ।


ଉତ୍କଳ ଗୌରବ ଭାଷାର ଜନକ

ଦୁଃଖୀ ଜନଙ୍କର ବନ୍ଧୁ ଯେ ଥିଲେ,

ନୀଳକଣ୍ଠ ଗଙ୍ଗାଧର ରାଧାନାଥ

ଗଜପତି କୃଷ୍ଣ ବାସୁଦେବ ସୁଢଳେ।

  

ଛଅଟି ଜିଲ୍ଲାରେ ରାଜ୍ୟ ଯେ ଓଡିଶା

ଅଷ୍ଟିନ ହବାକ ରାଜ୍ୟପାଳ ପ୍ରଥମ,

 ଉଣେଇଶ ଛତିଶ ଏପ୍ରିଲ ପହିଲା

ସ୍ଵତନ୍ତ୍ର ରାଜ୍ୟ ଏ ଓଡିଶା ଧାମ।


ଗଙ୍ଗା ମହୋଦଧି ଯା' ଚରଣଧୌତ

ହିମାଳୟ ଶୋହେ ମଥା ମୁକୁଟ,

କୋଟି ଓଡିଆର ମଉଡ଼ମଣି ଯେ

ନୀଳକନ୍ଦରେ ବିଜେ ଜଗନ୍ନାଥ।


ସ୍ତମ୍ଭୀଭୂତ କଳା ଐତିହ୍ୟ ଦର୍ଶନେ

ଭଗ୍ନାବଶେଷେ ବି ଶୋଭା ବଢାଏ,

ଚନ୍ଦ୍ରଭାଗା କୂଳେ ସୂର୍ଯ୍ୟ ମନ୍ଦିର ସେ

ସପ୍ତାଶ୍ଚର୍ଯ୍ୟ ମଧ୍ୟେ କୋଣାର୍କ ଗୋଟିଏ।


ପୂଣ୍ୟ ଭୂମି ଆମ ଏହି ଉତ୍କଳରେ

ଷାଠିଏ ପଉଟି ନିତି ଖଞ୍ଜା ଯେଉଁଠି ,

ବାରମାସେ ତେର ପୁନେଇଁ ପରବେ

ଧରଣୀ ରାଣୀ ହସେ ସେଇଠି।


ଏହି ମୋ ଗରିମାମୟ ଉତ୍କଳେ

 ହିନ୍ଦୁ ମୁସଲମାନ ଯେ ଭାଇ ଭାଇ,

ଓଡିଶୀ,ଛାନ୍ଦ ,ଚମ୍ପୁ ,ଛଉନାଚ

ଧୂମସା ମାଦଲ ମନ ମୋହଇ।


ସ୍ଵତନ୍ତ୍ର ଓଡିଶା ଗଠନର କର୍ଣ୍ଣଧାରଙ୍କୁ

ସମ୍ମାନ ଜଣାଉ ଏହି ଦିନରେ,

ପୂଜ୍ୟପୂଜା ପରମ୍ପରା ଅକ୍ଷୁର୍ଣ୍ଣରେ

ଓଡିଶା ରହିବ ଶୀର୍ଷ ସ୍ଥାନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract