STORYMIRROR

pranati Mahapatra

Action

4  

pranati Mahapatra

Action

ଅଭିନୟ

ଅଭିନୟ

1 min
361


ଜୀବନ୍ତ ଲାଗଇ ସବୁ ମିଠା ସ୍ମୃତି

  ଆହା କେତେ ଆପଣାର,

ଅସୁମାରୀ ସ୍ଵପ୍ନ ଗରଭେ ସାଇତା

  କେତେବେଳେ ହୁଏ ପର।


ସମ୍ପଦରେ ସର୍ବେ ମୋର ମୋର ଥାନ୍ତି

    ପଛଘୁଞ୍ଚା ବିପଦରେ,

ନେଉଥିବା ବେଳେ ଚହଟ ଚିକ୍କଣ

   ବାହାନା ଆବଶ୍ୟକରେ।


ସ୍ରଷ୍ଟା ଭାଗ୍ୟେ ପ୍ରତିଯୋଗିତା

  କିଏ ହାରେ କିଏ ଜିତେ,

ସୃଜନ ଶିଳ୍ପୀଙ୍କ ଭାଗ୍ୟର ପରୀକ୍ଷା

  ଲାଗଇ ଆଶ୍ଚର୍ଯ୍ୟ ମୋତେ।


ଶିକ୍ଷାରେ ଶିକ୍ଷକ ସଭିଏଁରେ ଏଠି

ଜଣେ ଛାତ୍ର ଦେଖା ନାହିଁ, 

କେମିତି ଚାଲିଛି ବର୍ତ୍ତମାନ କାଳ

ଆଖିଆଗେ ନାଚୁଥାଇ।


ମୁଁ ବଡ଼ ବୋଲି ଭାଷଣ ମଞ୍ଚରେ

ପ୍ରଗଳ୍ଭ ଭାଷଣ ଦେଇ,

ଭାଷାର ବିକାଶ ହେଉ ବା ନ ହେଉ

ନିଜ ବିକାଶରେ ମନ ଦେଇ।


ଟେକାଟେକି ପାଶେ ଥିବାବେଳେ କରି

  ପଛେ ନିନ୍ଦାରେ ମୁକୁଟ,

ସ୍ନେହ ମମତାକୁ ପାଶୋରିଣ ଦେଇ

  ଢାଳନ୍ତି କୂଟ କପଟ।


ନିଜେ ଖାଇଦେଇ ମୁହଁ ପୋଛିଦେଇ

  ଆନ ପତରରେ ବିଷ,

କେମିତିକା ଇଏ ମଧୁର ସମ୍ପର୍କ

  ଅଭିନୟ ଭରା ହସ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action