STORYMIRROR

Bijoy Jena

Action Others

4  

Bijoy Jena

Action Others

ମଣିଷ ଜୀବନ ପାଣିଫୋଟକା

ମଣିଷ ଜୀବନ ପାଣିଫୋଟକା

1 min
280


ମଣିଷ ଜୀବନ  ପାଣି ଫୋଟକା ଲୋ

     ଆଜି ଅଛି କାଲି ନାହିଁ

କାହିଁକି କରିବା   ନିଜର ବଡେଇ

     ଦୁଇ ଦିନ ଏଠି ରହି।

ଜଣଙ୍କର ନାମ   କହି ବକି ବନ୍ଧୁ

     ରହିଛି ଅମର ହୋଇ

ଏ ବିଶ୍ୱ ବ୍ରହ୍ମାଣ୍ଡ   ଘୋଷୁଛି ତ ଯଶ

     ଉତ୍ତର ପାଇଲି ନାହିଁ।

ଜଣଙ୍କର ଶବ  ଦେଖିଲେ ଅନ୍ୟକେ

    ଭାବଇ ଅଲଗା କଥା

ମରଣ କଦାପି   ଆସିବନି ପାଖେ

   ଦେବ ନାହିଁ ମୃତ୍ୟୁ ବ୍ୟଥା।

ଫସର ଫାଟଇ   ଚିନ୍ତାରେ ତାହାର

     ହୁଏ ମୃତ୍ୟୁ କବଳିତ

ବିଚିତ୍ର ସଂସାରେ  ବିଚିତ୍ର ମଣିଷ

    ଶୋକ ଜରା ଜର୍ଜରିତ।

ସବୁ କର ତୁଚ୍ଛ   ହେ ମୂଢ଼ ମାନବ

     ଭଜ ଜଗନ୍ନାଥ ହରି

ଭବ ସିନ୍ଧୁ ପାରି  କରିଦେବେ ପ୍ରଭୁ

   କର କର ହୋ ଗୁହାରୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action