STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
0

 କାର୍ତ୍ତିକ ପୂର୍ଣ୍ଣିମା ପାହାନ୍ତି ପ୍ରହର ଡଙ୍ଗା ଭସାଇବା ପର୍ବ ଅତୀତର କଥା ସ୍ମରଣ କରାଏ ଆମ ଓଡ଼ିଆଙ୍କ ଗର୍ବ। ଓଡ଼ିଆ ସାଧବ ବୋଇତ କୁ ନେଇ କରେ ଦୁଃସାହସିକ ଯାତ୍ରା ଦୂର ରାଇଜ ସେ ଜାଭା ଓ ବୋର୍ଣୀୟ ବାଲି ଆବର ସୁମାତ୍ରା। ସାଧବାଣୀ ଗଣ ବୋଇତ ବନ୍ଦାନ୍ତି ମାଆ ମଙ୍ଗଳା ସୁମରି ତଅପୋଇ ଗୀତ ଏବେ ବି ଗାଆନ୍ତି ବୋଇତ ଆସଇ ଫେରି। ଯାଇଛି ସେ କାଳ ରହିଅଛି ସ୍ମୃତି ପାଳୁଛୁ ବାଲି ଯାତରା ଅଛି ତ ସାଗର ଯାଉଛି ଜାହାଜ ଅତୀତ ହିଁ ଅପାଶୋରା। ଆମ ଜଗନ୍ନାଥ ଆମରି ବୋଇତ ଗରବ ବହନ କରେ ଓଡ଼ିଆ ଅସ୍ମିତା ବିଶ୍ୱରେ ପ୍ରଚାର ଯା ଭାସି ଭାସି ଯାଆରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action