ମନ କଥା
ମନ କଥା
ମନେ ପଡେ ନିତି ମନ କଥା ମୋର
ମରମ ରେ ପ୍ରତି କ୍ଷଣ
କେଉଁ ଭାବ ଭରି କେସନେ ବର୍ଣ୍ଣିବି
ନ ପାରେ ସ୍ଥିର କରିଣ ।
ନୃତ୍ୟ ଗୀତ ଗାଇ ମଉଜ ଭିତରେ
ବୁଡି ରହି ଭାବନାରେ
ଅପସଂସ୍କୃତିର ଧାରା ଜାରି ରଖି
କମ୍ପ୍ୟୁଟର ପ୍ରଣାଳୀ ରେ ।
ବହୁ ତଥ୍ୟ ତତ୍ତ୍ୱ ଅନ୍ୱେଷଣ କରେ
ଅନୁମାନ ନୁହେଁ କିଛି
ସମୟ ସହିତ ଜଡିତ ବହୁତ
ତଥ୍ଯ ବିଲୋପ ହୋଇଛି ।
ମନରେ ଥିବା ସେ ସୂଚନା ସକଳ
ଅତୀତ ସ୍ମୃତି ବିଷୟ
କେ ଗୋପନ କୋଣେ ଛପି ରହି ଥାଏ
ଉଙ୍କି ମାରି ଅହରହ ।
ଯୋଗାଇ ପରାଣେ ଭାବ ଉନ୍ମାଦନା
ନବୀନ ଚେତନା ଧାରା
ପ୍ରତି ପଦକ୍ଷେପେ ଦିଅଇ ପ୍ରେରଣା
ସାହସ ଶକତି ଭରା ।
କରଇ ଜୀବନ ସ୍ନେହ ଅନୁରାଗ
ସୃଷ୍ଟି ହୁଏ କ୍ରମେ କ୍ରମେ
ଦ୍ରୁତୁ ଦୃତ ତର ହୋଇ ଉଠେ ଚିତ୍ତ
ବୃତ୍ତି ସମୂହ ଗହଣେ ।
