STORYMIRROR

Prasanna Kumar Madala

Abstract Others

4  

Prasanna Kumar Madala

Abstract Others

ସନ୍ତାପ

ସନ୍ତାପ

1 min
375


ପରସ୍ବ ସମ୍ପତ୍ତି     ଠୁଳ ତ ସମ୍ପ୍ରତି 

କପଟର ସମାହାରେ

ହୃଦୟ ପ୍ରାନ୍ତରେ  ଦେହର କାନ୍ଥରେ

ପ୍ରଚାରର ଇସ୍ତାହାରେ

ମୂଳରୂପ ହଜେ   ଫାଟର ସହଜେ

ଦାଗ ନଦିଶେ ବାହାରେ

ଭଲା କି ବିଚିତ୍ର   ନିତି ନୂଆ ଚିତ୍ର

ଛଦ୍ମବେଶର ସାହାରେ

ଚାଲିଛି ଯେଉଁ ରାହାରେ

କଲି ଯା' ଅର୍ଜନ   ସ୍ବଜନେ ବର୍ଜନ

କଲେଣି ଆଜି ତାହାରେ ।


ଯାହାକୁ ତାହାକୁ   ନକହି କାହାକୁ

ନିଜକୁ ନିଜେ ହିଁ ଟୋକେ

ନହୁଏ ସମର୍ଥ     ଜୀବନର ଅର୍ଥ

ବୁଝିବାକୁ ଭୋଗ ଭୋକେ

ଆପେ ବଞ୍ଚିଥାଇ   ଖସିଯିବା ପାଇଁ

ଚେଷ୍ଟା କରିଥିବା ଲୋକେ

ହେଲାନାହିଁ ଡେରି ଯାଇଛନ୍ତି ଫେରି

ମୁର୍ଦାର ସାଜିକି ଥୋକେ 

ଯେତେ ଯାହା ଅବଲୋକେ

ପିଶୁନ ସଂସାର   ଲାଗୁଛି ଅସାର

ବିକଟ ସନ୍ତାପ ଶୋକେ ।




ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract